Latest Odisha News

BREAKING NEWS

ଦୁର୍ଗାପୂଜା ଲାଗି ଟ୍ୱିନସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡକଡି କରାଯାଉଥିବା ନେଇ ପୋଲିସ ଡିଜି ସୁଧାଂଶୁ ଷଡଙ୍ଗି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏହି ୨ଟି ସହରରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ । ଏହାବ୍ୟତିତ ରାପିଡ ଆକ୍ସନ ଫୋର୍ସ (ଆରଏଏଫ) ଓ ଏକ ସ୍ୱତନ୍ତ୍ର କମାଣ୍ଡୋ ୟୁନିଟ୍ ମଧ୍ୟ ମୁତୟନ ହେବେ । ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ରୋକିବା ଲାଗି ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୋଲିସ ଅଫିସର ମଧ୍ୟ ରହିବେ ବୋଲି ଶ୍ରୀ ଷଡଙ୍ଗି ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରମୁଖ ପୂଜା ପେଣ୍ଡାଲ୍ ଗୁଡିକରେ ସଶସ୍ତ୍ର ପୋଲିସ ବାହିନୀଙ୍କୁ ମୁତୟନ କରାଯିବ । ଏହାବ୍ୟତିତ ପେଣ୍ଡାଲ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ଭୁବନେଶ୍ୱରରେ ୧୭୦ଟି ଦୁର୍ଗାପୂଜା ମଣ୍ଡପ ଏବଂ ସହରର ୫ଟି ସ୍ଥାନରେ ‘ରାବଣ ପୋଡି’ ଅନୁଷ୍ଠିତ ହେବ ବୋଲି ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.