Latest Odisha News

BREAKING NEWS

ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ଆତଙ୍କବାଦୀ

ଜାମ୍ମୁକାଶ୍ମୀରର ଗାନ୍ଦେରବଲ ଅଞ୍ଚଳରେ ଆଜି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମୃତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।


ଜାମ୍ମୁକାଶ୍ମୀରର ଗାନ୍ଦେରବଲ ଅଞ୍ଚଳରେ ଗତକିଛିଦିନ ହେବ ଆତଙ୍କାବାଦୀ ଲୁଚି ରହିଥିବା ଯବାନଙ୍କୁ ଖବର ମିଳିବା ପରେ ସେପ୍ଟେମ୍ବର ୨୮ରୁ ସେଠାରେ ଯବାନମାନେ କମ୍ବିଂ ଅପେରେସନ ଆରମ୍ଭ କରିଥିଲେ ।

ଆତଙ୍କବାଦୀ ମାନେ ପ୍ରଥମେ ନିଜ ପଟରୁ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ସୁରକ୍ଷାବାହିନୀ ପଲଟା ଗୁଳି ଚାଳନା କରିଥିଲେ ।

ଏହିପରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହିପରି ଚାଲିବା ପରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା । ପୂର୍ବରୁ ଏହି ଅପରେସନ ଆରମ୍ଭ ହେବା ଦିନ ଆଉ ଏକ ଆତଙ୍କବାଦୀ ଯବାନଙ୍କ ଗୁଳିରେ ଧରାଶାୟୀ ହୋଇଥିଲା । ବର୍ତ୍ତମାନ ମଧ୍ୟ ସେଠାରେ କମ୍ବିଂ ଅପେରେସନ ଜୋରଦାର ଚାଲିବ ସହ ଗୁଳି ବିନିମୟ ଜାରି ରହିଛି ।

Leave A Reply

Your email address will not be published.