Latest Odisha News

BREAKING NEWS

ଉପନିର୍ବାଚନ: କମ୍ପୁଛି ପ୍ରଚାର ମଇଦାନ

ବାଲେଶ୍ୱର: ବାଲେଶ୍ୱର-ତିର୍ତ୍ତୋଲ ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲ । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କମ୍ପୁଛି ପ୍ରଚାର ମଇଦାନ  । ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି । ଭୋଟରଙ୍କୁ ନେଇ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଦଳର ଷ୍ଟାର ପ୍ରଚାରକମାନେ ପ୍ରଚାର ଚଳାଇଛନ୍ତି।

ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ବଡ ବଡ ନେତା କସରତ ଚଳାଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତ। ସକାଳୁ ସକାଳୁ ବାଲେଶ୍ୱରରେ ରାସ୍ତା କଡ଼ରେ ଥିବା ଏକ ଚା ଜଳଖିଆ ଦୋକାନରେ ପହଞ୍ଚି ଦୋକାନୀଙ୍କ ସୁଖଦୁଖ ପଚାରି ବୁଝିଥିଲେ ଅପରାଜିତା ।

ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ବାଲେଶ୍ୱରରେ ଡେରା ପକାଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ସମର୍ଥକଙ୍କ ଶୋଭାଯାତ୍ରା, ସମାବେଶ ଓ ଘର ଘର ବୁଲି ପ୍ରଚାର କରୁଛନ୍ତି । ଚଳିତ ଥର ବାଲେଶ୍ୱରରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରେ ନିର୍ବାଚନ ଲଢୁଛନ୍ତି ୩ ନୂଆ ମୁହଁ । ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି ବାଲେଶ୍ୱରବାସୀ।

Leave A Reply

Your email address will not be published.