Latest Odisha News

BREAKING NEWS

ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକ ଭାସିବା ଘଟଣା: ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କ ହାଉସ ପଛପଟ ବେଳାଭୂମିରୁ ମିଳିଛି ମୃତଦେହ । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର ତାନିସ୍କ ବିନୋୟ ।

ମଙ୍ଗଳବରା ମଧ୍ୟାହ୍ନ ସମୟରେ ତାନିସ୍କ ତାଙ୍କ ପରିବାର ସହ ବ୍ଲୁ ଫ୍ଲାଗ ବିଚ୍ ବୁଲିବାକୁ ଆସି ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଗଭୀର ସମୁଦ୍ର ଭିତରକୁ ପଶି ଯିବାରୁ ତାଙ୍କର ପତ୍ତା ମିଳିନଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ତାନିସ୍କଙ୍କର କୌଣସି ପତ୍ତା ମିଳିନଥିଲା।  ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.