Latest Odisha News

BREAKING NEWS

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ କାଉଣ୍ଟିଂ ସେଣ୍ଟର ମନା

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ମେ‘ ୨ ତାରିଖରେ ହେବ । ଗଣତି ସମୟରେ କାଉଣ୍ଟିଂ ସେଣ୍ଟରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବା ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଟି ଗଣତି କେନ୍ଦ୍ର ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ ।

ଏଥିସହ ଗଣତି କେନ୍ଦ୍ରକୁ ବିନା ଆରଟି-ପିସିଆର୍ ନେଗେଟିଭ୍ ସାର୍ଟିଫିକେଟ୍ କିମ୍ବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ସାର୍ଟିଫିକେଟ୍ ନଥିଲେ ପ୍ରାର୍ଥୀଙ୍କ ଏଜେଣ୍ଟକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏଥିସହ ଜିଲ୍ଲା ନିର୍ବାଚନ ଅଧିକାରୀ ଗଣତି ଦିନ ପୂର୍ବରୁ ପ୍ରାର୍ଥୀ ଏବଂ ଏଜେଣ୍ଟଙ୍କ ଆରଟି-ପିସିଆର୍ ଟେଷ୍ଟ ପାଇଁ ବ୍ୟବସ୍ଥା କରିବକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।

ଗଣତି କେନ୍ଦ୍ର ବାହାରେ ଜନସାଧାରଣ ଭିଡ଼ କିମ୍ବା ଏକାଠି ହୋଇପାରିବେ ନାହିଁ । ଗଣତି ହଲରେ ସାମାଜିକ ଦୂରତା ରକ୍ଷା କରାଯିବ । ଗଣତି ହଲରେ ଭେଣ୍ଟିଲେସନ୍ ବ୍ୟବସ୍ଥା ରହିବ । ଗଣତି କେନ୍ଦ୍ରକୁ ବିଶୋଧନ କରାଯିବ । ସିଲ୍ ଥିବା ଇଭିଏମ୍ ଏବଂ ଭିଭିପାଟର ବାହାର ଭାଗକୁ ସାନିଟାଇଜ୍ କରାଯିବ । ଗଣତି କେନ୍ଦ୍ରର ପ୍ରବେଶ ପଥରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର୍ ରଖାଯିବ ।

Comments are closed.