Latest Odisha News

BREAKING NEWS

କରୋନା ପାଇଁ କଠୋର ହେଲେ ନିର୍ବାଚନ କମିଶନ, ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ବଢୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ରାଜନୀତିକ ଦଳ ଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ରାଲି କରିପାରିବେ ନାହିଁ ବୋଲି କମିଶନ କହିଛନ୍ତି । ଆଜିଠାରୁ ହିଁ ଏହି ନିୟମ ଲାଗୁ ହୋଇଛି ।

ପଶ୍ଚିମବଙ୍ଗରେ ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ, ବାକି ରହିଛି ଆଉ ୩ଟି ପର୍ଯ୍ୟାୟ । ତେଣୁ ଏହି ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ୪୮ ଘଣ୍ଟା ବଦଳରେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ନୂଆ ନିର୍ଦ୍ଦେଶ ଅନୁସାରେ, ରାଜନୈତିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ପ୍ରଚାର କିମ୍ବା ସମାବେଶ କରିପାରିବେ ନାହିଁ ।

ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳକୁ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ କୁହାଯାଇଛି । ଯଦି କେହି ନିୟମକୁ ଲ୍ଲଂଘନ କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିାନ କହିଛନ୍ତି । ପ୍ରଚାର ସମୟରେ ସମସ୍ତ ଲୋକ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି କନିର୍ବାଚନ କମିଶନ କହିଛନ୍ତି ।

Leave A Reply

Your email address will not be published.