Latest Odisha News

BREAKING NEWS

ଇମ୍ରାନଙ୍କୁ ଝଟକା, ୫ ବର୍ଷ ପାଇଁ ଲଢିପାରିବେନି ନିର୍ବାଚନ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୫ ବର୍ଷ ପାଇଁ ନିର୍ବାଚନ ଲଢିପାରିବେନି । ଶୁକ୍ରବାର ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି । ତୋଷଖାନା ଦୁର୍ନରତି ମାମଲାରେ ଇସଲାମବାଦ ନିର୍ବାଚନ କମିଶନର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଇମ୍ରାନ ଖାଁ ଆଉ ସଂସଦର ସଦସ୍ୟ ନୁହନ୍ତି ବୋଲି ସିଇସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଶୁକ୍ରବାର ସିକନ୍ଦର ସୁଲତାନ ରାଜାଙ୍କ ନେତୃତ୍ୱରେ ୪ ଜଣିଆ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ଆରବ ଦେଶଗୁଡିକ ପକ୍ଷରୁ ତାଙ୍କୁ ଦାମୀ ଉପହାର ପ୍ରଦାନ କରାଯାଇଥିଲା ।

ସେ ସେଗୁଡିକ ତୋଷଖାନରେ ଜମା କରିଥିଲେ । ପରେ ଏହାକୁ ଶସ୍ତାରେ କିଣି ଅଧିକ ଲାଭରେ ଅନ୍ୟମାନଙ୍କୁ ବିକ୍ରି କରିଥିଲେ । ଅବଶ୍ୟ ଏ ନେଇ ସେ ତାଙ୍କ ସରକାର ମାଧ୍ୟମରେ ଆଇନଗତ ଅନୁମତି ନେଇଥିଲେ । ମାତ୍ର ପରୋକ୍ଷରେ ଏହା ଏକ ଦୁର୍ନୀତି ହୋଇଥିବାରୁ ନିର୍ବାଚନ କମିଶନ ଏହି ଦଣ୍ଡ ପ୍ରଦାନ କରିଛି ।

Leave A Reply

Your email address will not be published.