Latest Odisha News

BREAKING NEWS

ଦାନଗଦୀ ହାଟରେ ସ୍ତ୍ରୀ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ କୁ ହାଟ ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଯାଜପୁର ଦାନଗଦି ହାଟ ନିକଟରେ ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ସମେତ ୧  ଆହାତ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ହେଲେ ଟମକା ଅଞ୍ଚଳର ମୁନାପାତ୍ର  । ସେ ୨ଜଣ ମହିଳାଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ସୁଭଦ୍ରା ପାତ୍ର ପାରିବାରିକ କଳହକୁ ନେଇ ସ୍ଵାମୀ ଙ୍କ ଠାରୁ ଅଲଗା ରହୁଥିଲେ।

ଆଜି ଅପରାହ୍ନ ରେ ସୁଭଦ୍ରା ଦାନଗଦି ହାଟରେ ମାର୍କେଟିଂ କରୁଥିବା ବେଳେ ଅଭିଯୁକ୍ତ ମୁନାପାତ୍ର କଟୁରି ସାହାଯ୍ୟରେ ସୁଭଦ୍ରା ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାର୍କେଟିଂ କରୁଥିବା ତ୍ରିଲୋଚନ ଜାରିକା ନାମକ ଜଣେବ୍ୟକ୍ତି ଅଟକାଇ ବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଯୁକ୍ତ ମୁନା ତାଙ୍କୁ ମଧ୍ୟ କଟୁରି ରେ ଆକ୍ରମଣ କରିଥିଲେ। ଆହାତ ସ୍ତ୍ରୀଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୁନାପାତ୍ର ଦାନଗଦି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଦାନଗଦି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.