Latest Odisha News

BREAKING NEWS

ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଜଣେ ମୃତ, ୩ ଜଣ ଗୁରୁତର  

ଅନୁଗୁଳ: ଦୀପାବଳି ପୂର୍ବରୁ ଅଘଟଣ । ବାଣ ଭିଡ଼ିବା ବେଳେ ଚାଲିଗଲା ଜୀବନ । ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ସେହି ଗାଁର ତ୍ରିପୁର ବେହେରା ।

ସୂଚନା ଅନୁସାରେ ଦୀପାବଳି ପାଇଁ ସକାଳୁ ଘରେ ବାଣ ଭିଡୁଥିଲେ । ତେବେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡ଼ି ଯାଇଥିଲା । ଆହତ ମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଖମାର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାଣ ତିଆରି ପାଇଁ ପ୍ରଶାସନ ଅନୁମତ ଦେଇଥିଲା କି ନାହିଁ ତାହା ଜଣାପଡ଼ି ନାହିଁ ।

Leave A Reply

Your email address will not be published.