Latest Odisha News

BREAKING NEWS

କେଜରିୱାଲଙ୍କୁ ଇସିର ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ସୋସିଆଲ ନେଟୱର୍କିଂ ସାଇଟ ଟୁଇଟରେ ଭିଡିଓ ଶେୟାର କରି ଫସିଛନ୍ତି ।

ଆଚରଣ ବିଧିର ଏହା ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ଏହାର ଉତର ଦେବା ପାଇଁ ଇସି ନୋଟିସ କରିଛି ।

ଦିଲ୍ଲୀ ନିର୍ବାଚନରେ ଏଥର ୧,୪୭,୮୬,୩୮୨ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ୧୮ରୁ ୨୦ ମଧ୍ୟରେ ୨,୩୨,୮୧୫ ଭୋଟର ରହିଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୯୦ କମ୍ପାନୀ କେନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀଙ୍କୁ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.