Latest Odisha News

BREAKING NEWS

ଆଜିଠୁଁ ଭାଲେଣ୍ଟାଇନ୍ ସପ୍ତାହ; ମନେପଡ଼େ ଓଡିଶା ମାଟିର ନିଚ୍ଛକ ପ୍ରେମ କାହାଣୀ…

ଭୁବନେଶ୍ୱର : ପ୍ରେମ ହେଉଛି ସତ୍ୟ ଓ ଶାଶ୍ୱତ । ଏହି ପ୍ରେମକୁ ନେଇ ଅତୀତରେ ରୋମିଓ-ଜୁଲିଏଟ୍, ଶିରିନ୍-ଫହରାଦ,ସୋନୀ-ମହିବାଲ, ହୀର-ରାଞ୍ଝ ଓ କେଦାର-ଗୌରୀଙ୍କ ଭଳି ଅନେକ ଉଦାହରଣ ରହିଛି ।

ନିଜ ପ୍ରେମକୁ ପାଇ କିଏ ଖୁସି ତ ଆଉ କାହାର ସାରା ଜୀବନ ଦୁଃଖରେ ଭରି ଯାଇଛି । କିନ୍ତୁ ବାସ୍ତବିକ ଜୀବନରେ ଏଭଳି କିଛି ପ୍ରେମୀଯୁଗଳ ରହିଛନ୍ତି, ଯେ ସେମାନେ ପ୍ରେମର ନୂଆ ଉଦାହରଣ ତଥା ପରିଭାଷା ପାଲଟିଛନ୍ତି ।

ଓଡିଆ ପୁଅ ପି.କେ- ନିଜର ଅନନ୍ୟ ପ୍ରେମ ପାଇଁ ଏକଦା ଖୁବ୍ ଚର୍ଚ୍ଚାରେ ରହିଥିଲେ ଓଡିଶାରେ ଜନ୍ମିତ ଡଃ ପି. କେ. ମହାନନ୍ଦିଆ । ଯିଏକି ନି ଜ ପ୍ରେମ ଚାଲର୍ଟ ବର୍ନ ସେଡିନଙ୍କୁ ଭେଟିବା ପାଇଁ ୧୯୭୭ ମସିହାରେ ଦିଲ୍ଲୀରୁ ଗୋଥବନବର୍ଗ ଯାଏଁ ସାଇକେଲରେ ଯାଇଥିଲେ । ତାଙ୍କୁ ସ୍ୱିଡେନରେ ପହଞ୍ଚିବା ପାଇଁ ଦୀର୍ଘ ୪ମାସ ଓ ୩ ସପ୍ତାହ ଲାଗିଯାଇଥିଲା ।

ଢେଙ୍କାନାଳର କନ୍ଧପଡା ଗ୍ରାମର ମୂଳ ନିବାସୀ ପି.କେ ଜଣେ ଚିତ୍ରକର ଥିଲେ ଏବଂ ସେ ଦିଲ୍ଲୀ କଲେଜ ଅଫ୍ ଆର୍ଟରେ ପଢୁଥିବାବେଳେ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ଚିତ୍ର ଆଙ୍କି ଖୁବ୍ ଖ୍ୟାତି ଅର୍ଜନ କରିଥିଲେ । ସେହି ସମୟରେ ଚାଲର୍ଟଙ୍କ ସହ ତାଙ୍କର ଭେଟ ହୋଇଥିଲା ଏବଂ ଧିରେଧିରେ ତାହା ପ୍ରେମରେ ପରିଣତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ଯେତେବେଳେ ଚାଲର୍ଟ ସ୍ୱଡେନ୍ ପ୍ରତ୍ୟାବର୍ତ୍ତନ କଲେ ସେସମୟରେ ପି.କେଙ୍କ କଲେଜରେ ପାଠ୍ୟକ୍ରମ ଆଉ ଗୋଟେ ବର୍ଷ ବାକି ରହିଥିଲା । ଫଳରେ ଚାଲର୍ଟ ଏକାକୀ ସ୍ୱଡେନ୍ ଫେରିଯାଇଥିଲେ ଏବଂ ସେସମୟରେ ପି.କେ ତାଙ୍କୁ କଥା ଦେଇଥିଲେ ଯେ ନିଜ ପଢା ସରିଲେ ସେ ଅର୍ଥ ଯୋଗାଡ କରି ସ୍ୱଡେନ୍ ଯିବେ ଏବଂ ଦୁହେଁ ଏକାଠି ରହିବେ । ପରବର୍ତ୍ତୀ ସମୟରେ ନିଜ କଥା ରକ୍ଷା କରିବାକୁ ଯାଇ ପି.କେ ନିଜ ପଢାସରିଲା ପରେ କଷ୍ଟେମଷ୍ଟେ ଏକ ସେକେଣ୍ଡ ହ୍ୟାଣ୍ଡ ସାଇକେଲ କିଣି ସ୍ୱିଡେନ ଯିବା ପାଇଁ ବାହାରିଥିଲେ ।

ଆହୁରି ମଧ୍ୟ ୧୯୭୮ ମସିହାରେ ସ୍ୱିଡେନ୍ ପହଞ୍ଚିଥିବା ପି.କେ ବର୍ତ୍ତମାନ ଚାଲର୍ଟ ୪୦ ବର୍ଷର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

ପୋଲାଣ୍ଡ ଯୁବତୀ –  ଜଣେ ପୋଲାଣ୍ଡ ଯୁବତୀ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରେମକୁ ଖୋଜିବା ପାଇଁ ଭାରତ ଆସିବା ଭଳି ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା । କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି ଘଟଣା ବାସ୍ତବିକ ଅଟେ । ଜଣେ ଭାରତୀୟ ଯୁବକ ସୋସିଆଲ ମିଡିଆ ଜରିଆରେ ଜଣେ ପୋଲାଣ୍ଡ ଯୁବତୀଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ ।

ଅନେକ ଦିନର ବନ୍ଧୁତ୍ୱ ପରେ ଯୁବକ ଜଣଙ୍କ ସମ୍ପୃକ୍ତ ଯୁବତୀଙ୍କୁ ପ୍ରପୋଜ କରି କହିଥିଲେ ଯେ ସେ ତାଙ୍କ ଉତ୍ତର ପାଇବା ପାଇଁ ଅପେକ୍ଷା କରିଛନ୍ତି । ଏପରିକି ସେ ବହୁତ ଟଙ୍କା ପଇସା ଉପାର୍ଜନ କରି ତାଙ୍କୁ ଭେଟିବା ପାଇଁ ପୋଲାଣ୍ଡ ଯିବେ ବୋଲି କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଯୁବକଙ୍କ ସହ କୌଣସି ପ୍ରକାର ସମ୍ପର୍କ ହୋଇପାରିନଥିଲା ଫଳରେ ପୋଲାଣ୍ଡ ଯୁବତୀ ତାଙ୍କୁ ଖୋଜିବା ପାଇଁ ଭାରତ ଆସିବେ ବୋଲି ଭିଡିଓ ଜାରି କରି କହିଥିଲେ ।

ଏଶ୍ୱର୍ଯ୍ୟା ଋତୁପର୍ଣ୍ଣା- ପ୍ରଧାନଙ୍କ ପ୍ରେମ ସମ୍ପର୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ । ପାଖାପାଖି ୨ବର୍ଷ ଧରି ଲିଭ୍ ଇନ୍ ରିଲେସନସିପରେ ରହିଥିବା ଏଶ୍ୱର୍ଯ୍ୟା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ପାରାଦୀପ ସର୍କଲର ଜିଏସଟିରେ ଡେପୁଟି କମିଶନର(ଇନଚାର୍ଜ) ରତିକାନ୍ତ ପ୍ରଧାନଙ୍କ ସହ ଏଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ ରହିଛି । ୩୪ ବର୍ଷୀୟ ଏହି ଓଏଫଏସ୍ ଅଫିସର ଏଶ୍ୱର୍ଯ୍ୟା ତାଙ୍କ ପିଲାବେଳର ସାଙ୍ଗ ଭୂମିକାଙ୍କ ମାଧ୍ୟମରେ ପ୍ରଥମେ ରତିକାନ୍ତଙ୍କୁ ଭେଟିଥିଲେ ।

ପରେପରେ ସେ ଏକତରଫା ପ୍ରେମ କରି ବିସଥିଲେ ଏଶ୍ୱର୍ଯ୍ୟାଙ୍କୁ । ନିଜ ସମ୍ପର୍କକୁ ନେଇ ଏଶ୍ୱର୍ଯ୍ୟା ଆହୁରି ମଧ୍ୟ କହନ୍ତି ଯେ ସେ ଭୁବନେଶ୍ୱର ସ୍ଥିତ ନତାଲା ନିକଟରେ ଅଚାନକ ତାଙ୍କ ସହ ଭେଟ ହୋଇଯାଇଥିଲେ ଏବଂ ସେଠାରେ ହିଁ ସେ ମୋତେ ତାଙ୍କ ମନ କଥା କହି ପ୍ରପୋଜ କରିଥିଲେ । ସେସମୟରେ ମୁଁ ବିଶ୍ୱାସ କରିପାରିନଥିଲି ଯେ ମୋ ସହିତ କ’ଣ ହେଉଛି । ଗୋଟେ ଜୀବନସାଥୀ ହେବାର ସମସ୍ତ ଗୁଣ ମୁଁ ତାଙ୍କ ପାଖରେ ଦେଖିଥିଲି, ଆଉ ମୁଁ ତାଙ୍କ ପ୍ରପୋଜାଲକୁ ମଧ୍ୟ ଗ୍ରହଣ କରିଥିଲା ।

କହିବାକୁ ଗଲେ ମୋତେ ମୋ ଜୀବନର ମିଷ୍ଟର ରାଇଟ୍ ମିଳିଯାଇଛି, ଯିଏକି ମେତେ ମୋ ପରିଚୟ ସହ ସ୍ୱୀକାର କରିଛନ୍ତି । ଏପରିକି ତାଙ୍କ ପରିବାରବର୍ଗ ମଧ୍ୟ ଆମ ସମ୍ପର୍କକୁ ସ୍ୱୀକାର କରିଛନ୍ତି ବୋଲି ସେ କୁହନ୍ତି ।

ପ୍ରମୋଦିନୀ ରାଉଳ- ସେ ଯେତେବେଳେ ମାତ୍ର ୧୫ ବର୍ଷ ବୟସର ହୋଇଥିଲେ ସେସମୟରେ ଜଣେ ପାରାମିଲିଟାରୀ ସୈନିକଙ୍କ ବିବାହ ପ୍ରସ୍ତାବକୁ ଅସ୍ୱୀକାର କରିଥିଲ । ଏଥିରେ ଉତକ୍ଷିପ୍ତ ସୈନିକ ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିଲା । ଯେଉଁଥିରେ ତାଙ୍କର ମୁହଁ ଓ ୨ଟି ଆଖି ନଷ୍ଟ ହୋଇଯାଇଥିଲା । ଏଥିସହିତ ତାଙ୍କର ଗୋଡରେ ମଧ୍ୟ ସଂକ୍ରମଣ ହୋଇଯାଇଥିଲା । ଏହି ଘଟଣା ପରେ ସେ ପାଖାପାଖି ୪ମାସ ଯାଏଁ ଆଇସିୟୁରେ ରହିଥିଲେ ଏବଂ ୪ବର୍ଷ ଧରି ବେଡରେ ପଡି ରହିଥିଲା ବେଳେ ତାଙ୍କ ବିଧବା ମା’ ତାଙ୍କର ସେବାଶୁଶ୍ରୁଷା କରିଥିଲେ । ପରେ ତାଙ୍କ ଜୀବନରେ ସରୋଜ ନାମକ ଜଣେ ବ୍ୟକ୍ତି ଆସିଥିଲେ ଏବଂ ଦୁହିଁଙ୍କର ନିବର୍ନ୍ଧ ମଧ୍ୟ ସରିଛି ।

ମେଘନା ସାହୁ – ସେହିପରି ଆଉ ଏକ ଯୋଡି ହେଉଛନ୍ତି ମେଘନା ସାହୁ ଯେ କି ପ୍ରଥମ ଟ୍ରାନ୍ସଜେଣ୍ଡର୍ ଭାବେ ବାସୁଦେବ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ।

ଏପରିକି ସେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମେଘନା ନିଜ ସ୍ୱାମୀ ବାସୁଦେବଙ୍କ ସହ ବିବାହ ପୂର୍ବରୁ ଫେସବୁକରେ ପରିଚୟ ହୋଇଥିଲେ ।

ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଧିରେଧିରେ କଥାବାର୍ତ୍ତା ଆଗକୁ ବଢିଥିଲା । ଏହି ସମ୍ପର୍କ ପରେ ବିବାହରେ ପରିଣତ ହୋଇଥିଲା ।

Leave A Reply

Your email address will not be published.