Latest Odisha News

BREAKING NEWS

ବିବାହ କଲେ ଓଲିଉଡ ଷ୍ଟାର୍ ଅମ୍ଲାନ୍‌

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ଅମ୍ଲାନ୍ ଦାସ ଶୁକ୍ରବାର ଦିନ ନିଜ ପିଲାବେଳର ସାଥୀ ଭୂମିକାଙ୍କୁ ବିବାହ କରିଛନ୍ତି ।

ଘନିଷ୍ଠ ସମ୍ପର୍କୀୟ ଏବଂ ପରିବାର ବର୍ଗଙ୍କ ଗହଣରେ ହାତକୁ ଦିହାତ ହୋଇଛନ୍ତି ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ପୁଅ ଅମ୍ଲାନ୍ । ଗତ ବର୍ଷ କଟକ ସିଡିଏ ଅଞ୍ଚଳର ବାସିନ୍ଦା ଭୂମିକାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା ।

ଓଲିଉଡର ଜଣାଶୁଣା କଳାକାରଙ୍କ ମଧ୍ୟରେ ଅମ୍ଲାନ ଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଭୂମିକାଙ୍କୁ କୌଣସି ସମ୍ପର୍କ ନଥିବା ଜଣାପଡିଛି ।

‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ତୋର ଦିନକୁ ମୋର ଦିନେ’, ‘ଫ୍ରମ ମି ଟୁ ୟୁ’, ଓ ଚିନି ଭଳି ଓଡିଆ ସିନେମାରେ ଦମଦାର ଅଭିନୟ କରିଛନ୍ତି ଅମ୍ଲାନ୍ ।

Leave A Reply

Your email address will not be published.