Latest Odisha News

ନିର୍ବାଚନ କମିଶନଙ୍କ ନବରଙ୍ଗପୁର ଗସ୍ତ ଓ ନିର୍ବାଚନ ପରିଚଳନା ସମୀକ୍ଷା

ନବରଙ୍ଗପୁର: ରାଜ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଗସ୍ତ ଏବଂ ନିର୍ବାଚନ ପରିଚଳନା ସମୀକ୍ଷା। ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ନବରଙ୍ଗପୁର ଗସ୍ତ କରି ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା ସହ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ।

ଚଳିତ ଥର ଗ୍ରୀଷ୍ମ ଋତୁରେ ନିର୍ବାଚନ ହେଉଥିବାରୁ ଭୋଟର ମାନଙ୍କ ସୁବିଧା ନେଇ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ମତଦାନ ପାଇଁ ନୂତନ ଭୋଟରଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଓ କିଭଳି ଅଧିକରୁ ଅଧିକ ମତଦାନ ହେବ ସେନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ଜିଲ୍ଲାର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ନିର୍ବାଚନ ସମୟରେ କିଛି ଛତିଶଗଡ଼ ସୀମାନ୍ତ ବର୍ତ୍ତି ଅଞ୍ଚଳରେ ଯେଭଳି କୌଣସି ସମସ୍ୟା ଦେଖାନଦିଏ ସେନେଇ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.