Latest Odisha News

BREAKING NEWS

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ

ଭୁବନେଶ୍ଵର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି କାର୍ଡ । ୨୦୨୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି । ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେପି ଶାସନରେ ଯାହା ହୋଇନାହିଁ ତାହା କରିଦେଖାଇବ ବୋଲି କହିଛି କଂଗ୍ରେସ ।

ଗୃହ ଜ୍ୟୋତି ଯୋଜନା ଅଧିନରେ ସମସ୍ତ ଘରୋଇ ଉପଭିକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ୍ ଦେୟ ଛାଡ କରିବ ବୋଲି କହିଛି କଂଗ୍ରେସ । ସେହିପରି ଯୁବ ବିକାଶ ଯୋଜନା ଅଧିନରେ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯିବ । ଏଥିସହ ବେକାରୀ ଭତ୍ତା ମାସିକ ୩୦୦୦ଟଙ୍କା ଦିଆଯିବ ବୋଲି କହିଛି କଂଗ୍ରେସ । କୃଷକ ବନ୍ଧୁ ଯୋଜନାରେ ପ୍ରତ୍ୟକ ଚାଷୀଙ୍କୁ ବୋନସ ସହ ଧାନର ମୂଲ୍ୟ କ୍ଵିଣ୍ଟାଲ ପିଛା ୩୦୦୦ ଟଙ୍କା କାରାଯିବା ସହ କୃଷି ଋଣ ଛାଡ କରାଯିବ । ଏଥିସହ କୃଷକଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

ସେହିପରି ମହିଳାଙ୍ ପାଇଁ ଗୃହ ଲକ୍ଷ୍ମୀ ଯୋଜନା ଅଧିନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ କରାଯିବା ସହ ମହିଳାଙ୍କୁ ମାସିକ ଭତ୍ତା ୨୦୦୦ଟଙ୍କା ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସହିକ ୩୦୦୦ଟଙ୍କା ଭତ୍ତା ଦିଆଯିବ । ସେହିପରି ମହିଳାଙ୍କ ପାଇଁ ମାସକୁ ୫୦୦ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇଦିଆଯିବ ବୋଲି କହିଛି କଂଗ୍ରେସ ।

ଅନ୍ୟପଟେ ଜନକଲ୍ୟାଣ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟବୀମା ମଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ବାବଦକୁ ୨୦୦୦ଟଙ୍କା ଯୋଗାଇଦିଆଯିବ । ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ କରାଯିବ ବୋଲି କହିଛି କଂଗ୍ରେସ । ସେହିପରି ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୨ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକାର ଏବଂ ୧୦୦ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଲାଗୁ କାରାଯିବ ବୋଲି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

ଏହାସହ କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ, ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ ବୋଲି କହିଛି କଂଗ୍ରେସ ।

 

Leave A Reply

Your email address will not be published.