Latest Odisha News

BREAKING NEWS

ଆଜି ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ । ଗୁଜରାଟର ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି । ଉଭୟ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଅଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ଆରମ୍ଭ ହେବ ।

ନଭେମ୍ୱର ୧୨ରେ ହିମାଚଳପ୍ରଦେଶରେ ୧ମ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ସେହିପରି ଡିସେମ୍ୱର ୧ ତାରିଖରେ ଗୁଜରାଟରେ ହେଇଥିଲା ୧ମ ପର୍ଯ୍ୟାୟ ଭୋଟିଂ । ଗୁଜରାଟରେ ଅଧିକାଂଶ ଏକଜିଟ୍ ପୋଲ୍ ରେ ବିଜେପି ସରକାର ଆସିବା ଦେଖିବାକୁ ମିଳିଥିଲା । ହିମାଚଳରେ କିଛି ଏକଜିଟ୍ ପୋଲ୍ ରେ କଂଗ୍ରେସ ସରକାର ଗଢିବା ନେଇ ଦେଖିବାକୁ ମିଳିଥିଲା । ତେଣୁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଆପ୍ ମଧ୍ୟ ଅନେକ ଆସନ ହାତେଇବା ଲକ୍ଷ୍ୟରେ ରହିଛି ।

ଗୁଜରାଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳ ଗୁଡିକ ହେଲେ ବିଜେପି, କଂଗ୍ରେସ, ଆପ୍, ଏଆଇଏମଆଇଏମ, ଟିଏମସି, ସିପିଆଇ, ବିଟିପି, ଏନସିପି । ବିଜେପି ଗଡ ବଜାୟ ରଖିବାକୁ ଆଶା ରଖିଛି । ହାର୍ଦ୍ଦିକ ପଟେଲ, ଅଲପେଶ୍ ଠାକୁର ଓ ଜିଗ୍ନେଶ ମେଭାନି ଭଳି ଟାଣୁଆ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେପଟେ ହିମାଚଳ ପ୍ରଦେଶରେ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିବାକୁ ଦୃଢୋକ୍ତି କରିଛି ।

Leave A Reply

Your email address will not be published.