Latest Odisha News

BREAKING NEWS

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରି ଏକ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଏହି ପତ୍ରରେ ଉଲ୍ଲେଖ କରି କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ରାଜ୍ୟରେ ଶିଳ୍ପର ବିକାଶ ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରନ୍ତା ।

“ଅନୁଗ୍ରହ ପୂର୍ବକ ଓଡ଼ିଶାର ଏହି ଦାବିକୁ ଯଥାଶିଘ୍ର ପୂରଣ କରିପାରିଲେ ବିକାଶର ଧାରା ଅବ୍ୟାହତ ରଖିଥିବା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟିପାରନ୍ତା,” ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ରର ଏହି ଐତିହାସିକ ଅବହେଳା ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ଆସୁଛି । ଏହି ଦାବୀ ପୂରଣ ହୋଇପାରିଲେ, ଶିଳ୍ପର ବିକାଶ ପଥରେ ଚାଲିଥିବା ଓଡ଼ିଶାର ଅଧିକ ଅଭିବୃଦ୍ଧି ଘଟିପାରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ରର ଅବହେଳା ଯୋଗୁଁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପଛୁଆ ରହୁଛି । ରାଜ୍ୟ ରେଲୱେ, ବ୍ୟାଙ୍କିଂ, ଜାତୀୟ ରାଜପଥ ତଥା ବିମାନ ଚଳାଚଳ ଏବଂ ବିମାନ ଯୋଗାଯୋଗ କ୍ଷେତ୍ରରେ ବହୁତ ଅବହେଳିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛିଦିନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିଥିବା ୧୫ତମ ଅର୍ଥ କମିଶନଙ୍କ ସମ୍ମୁଖରେ ଓଡ଼ିଶାର ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉପସ୍ଥାପନ କରାଯାଇଛି ।

Leave A Reply

Your email address will not be published.