Latest Odisha News

ଆନ୍ଧ୍ରର ଦାଦାଗିରି : କୋଟିଆର ୩ଟି ପଞ୍ଚାୟତରେ କରୁଛି ନିର୍ବାଚନ

କୋରାପୁଟ : ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । ଗୋଟିଏ ପଟେ ଓଡ଼ିଶା ସରକାରଙ୍କ ବିକାଶ ଧାରା ଆଗେଇ ଚାଲିଥିବା ବେଳେ, ଆନ୍ଧ୍ର ସରକାର ସହି ନପାରି କୋଟିଆର ୩ଟି ପଞ୍ଚାୟତରେ କରୁଛି ନିର୍ବାଚନ । ଏହାକୁ ସ୍ଥାନୀୟ ଜନପ୍ରତିନିଧି ପ୍ରବଳ ବିରୋଧ କରିବା ସହ ନିର୍ବାଚନକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ।

କୋଟିଆରେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ବିକାଶର ଧାରାକୁ ଆଗେଇ ନେଉଥିବା ବେଳେ ସହିପାରୁନି ପଡ଼ୋଶୀ ଆନ୍ଧ୍ର । କିଛି ନା କିଛି ଷଡ଼ଯନ୍ତ୍ର କରିଚାଲିଛି ଆନ୍ଧ୍ର । ପୂର୍ବରୁ କେବେ କୋଟିଆରେ ନିର୍ବାଚନ ହେଉନଥିବା ବେଳେ, ଚଳିତ ବର୍ଷ ୩ଟି ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର । ଫେବ୍ରୁଆରୀ ୨ ତାରିଖ ଠାରୁ ୪ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଥିଲା । ଆସନ୍ତାକାଲି ନିର୍ବାଚନ ପାଇଁ ଆନ୍ଧ୍ର ସରକାର ତାରିଖ ଘୋଷଣା କରିଛନ୍ତି । କୋଟିଆ ଗ୍ରାମପୁଞ୍ଜର ଗଞ୍ଜେଇପଦର, ଫଟୁସିନାରି, ଫଗୁଣସିନାରି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ କିଛି ଲୋକ ଆନ୍ଧ୍ର ଯାଇଥିବା ଜଣାପଡିଛି ।

କୋଟିଆର ବିକାଶ ପାଇଁ ୧୫୦ କୋଟି ଟଙ୍କା ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । କିନ୍ତୁ ଆନ୍ଧ୍ର ସରକାର ଏଥିରେ ବିଚଳିତ ହୋଇ ଏପରି ନିର୍ବାଚନ କରୁଥିବା କହିଛନ୍ତି ଜନ ପ୍ରତିନିଧି । ଆନ୍ଧ୍ର ଯେତେ ଚେଷ୍ଟା କଲେ ବି କୋଟିଆକୁ ଛାଡିବୁ ନାହିଁ ବୋଲି କହିଛନ୍ତି ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ । କୋଟିଆରେ ନିର୍ବାଚନ ହେଲେ ଏହାକୁ ପ୍ରବଳ ବିରୋଧ କରାଯିବ ଜନ ପ୍ରତିନିଧିମାନେ କହିଛନ୍ତି ।

Leave A Reply

Your email address will not be published.