Latest Odisha News

BREAKING NEWS

ନିର୍ମାଣ ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି । ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ । ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ ଷ୍ଟେସନର ରିଡେଭେଲପ୍ମେଣ୍ଟ ପାଇଁ RFQ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।  

ଏଥିପାଇଁ ଦେଶ ବିଦେଶର ୯ଟି କମ୍ପାନୀ ଇଛା ଜାହିର କରିଛନ୍ତି । ଏହି କମ୍ପାନୀମାନଙ୍କ ମଧ୍ୟରେ GMR ଓ ଅଦାନୀ ଗ୍ରୁପ ବି ସାମିଲ ଅଛି । ଖାସ କଥା ହେଲା ଏହି କମ୍ପାନୀ ଦେଶର ଅନେକ ବିମାନବନ୍ଦର ପାଇଁ ମଧ୍ୟ ଇଚ୍ଛା ଜାହିର କରିନାହାନ୍ତି ।

ରେଳ ଜମି ବିକାଶ ପ୍ରାଧିକରଣର ଭିସି ବେଡ଼ ପ୍ରକାଶ କହିଛନ୍ତି ଯେ ଏହି ଯୋଜନା ଡେଭେଲପରଙ୍କୁ ରୋଜଗାରର ଅନେକ ମଉକା ଦେବ । ନୂଆଦିଲ୍ଲୀ ରେଳ ଷ୍ଟେସନ ଏରିଆରେ ୪୦ ମହଲା ଉଚ୍ଚ ଟାୱାର ନିର୍ମାଣ ହେବ । ଏଠାରେ ଅଫିସ, ପଞ୍ଚତାରକା ହୋଟେଲ ଓ ଶପିଂ କମ୍ପ୍ଲେକ୍ସ ତିଆରି ହେବ ।

ଏହା ହେବ ଦେଶର ପ୍ରଥମ ଲଗ୍ଜରୀ ରେଳ ଷ୍ଟେସନ । ତାଛଡା ନୂଆଦିଲ୍ଲୀର ଖାସ ମାର୍କେଟ କନୌଟ ପେଲେସ ନିକଟତର ହୋଇଥିବାରୁ ଏହାକୁ କନୌଟ ପେଲେସ ସହ ଟକ୍କର ଦେଲାଭଳି ନିର୍ମାଣ କରାଯିବ । ରେଳ ଷ୍ଟେସନର ପ୍ରଥମ ମହଲାରେ ସଡକ ମାର୍ଗ ନିର୍ମାଣ ହେବ । ଏଠାରେ ୪ ଓ ୬ ଲେନ ବିଶିଷ୍ଟ ସଡକ ହେବ ଯାହା କନୌଟ ପେଲେସକୁ ସିଧା ପାହାଡଗଞ୍ଜ ଓ ଆଖପାଖ ଅଞ୍ଚଳ ସହ ସଂଯୋଜିତ କରିବ ଯେପରି ପୁରା ଅଞ୍ଚଳ ଟ୍ରାଫିକ ଫ୍ରି ହୋଇଯିବ । ପଥଚାରୀଙ୍କଠୁ ଆରମ୍ଭ କରି ସାଇକେଲ, କାର ଓ ବସ ପାଇଁ ଲେନ ଓ ସଡକ ନିର୍ମାଣ ହେବ । ଏହି ଅଞ୍ଚଳକୁ ବିକଶିତ କରିବାକୁ ଏମିତି ଯୋଜନା ପ୍ରସ୍ତୁତ କରାଯାଇଛି ଯେପରି ଏଠାରେ କେବେ ବି ଟ୍ରାଫିକ ଜାମ ନ ହେବ ।

Leave A Reply

Your email address will not be published.