Latest Odisha News

BREAKING NEWS

ୟୁଏନଏସସି ଅସ୍ଥାୟୀ ସଦସ୍ୟ ନିର୍ବାଚନ ଦୌଡରେ ଭାରତ ଆଗୁଆ

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟ ଦେଶ ପାଇଁ ମତ ଦିଆଯିବ । ଏହି ପ୍ରକ୍ରିୟା ଜୁନରେ ହେବ । ଏସିଆ-ପ୍ରଶାନ୍ତ ଜୋନରୁ ଭାରତ ଏକମାତ୍ର ଦାବୀଦାର ରହିଛି । ଫଳରେ ଭାରତ ଅସ୍ଥାୟୀ ସଦସ୍ୟ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ୧୯୩ ସଦସ୍ୟ ବିଶିଷ୍ଟ ମହାସଭା କରୋନା ମହାମାରୀ କାରଣରୁ ଗୁପ୍ତ ମତଦାନ ସପକ୍ଷରେ ରହିଛି ।

୨୦୨୧-୨୨ କାର୍ଯ୍ୟକାଳ ପାଇଁ ୧୭ଜୁନରୁ ମତ ଗ୍ରହଣ କରାଯିବ । ବର୍ତମାନ ସୁରକ୍ଷା ପରିଷଦ ସଦସ୍ୟଙ୍କ ପାଇଁ ୧୦ ସିଟ ଖାଲି ରହିଛି । ପ୍ରତ୍ୟେକ ବର୍ଷ ୫ ସିଟ ଚୟନ କରାଯାଇଥାଏ । ଏହାର କାର୍ଯ୍ୟକାଳ ୨ ବର୍ଷ । ଖୁବ୍ ଶୀଘ୍ର ଏହାର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ୟୁଏନଏସସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.