Latest Odisha News

BREAKING NEWS

କୋଭିଡ-୧୯ ମେଗାଲ୍ୟାବ ପ୍ରୋଜେକ୍ଟ: ‘ଆଇଆଇଟି ଆଲୁମ୍‌ନି କାଉନସିଲ’ର ସହଭାଗୀ ହେଲା ‘ମୁମ୍ବାଇ ବିଶ୍ୱବିଦ୍ୟାଳୟ’

ମୁମ୍ବାଇ: କୋଭିଡ-୧୯ ସଙ୍କଟ ତଥା ଅନ୍ୟ ରୋଗର ମୁକାବିଲା ପାଇଁ ତିଆରି ହେବାକୁ ଥିବା ବିଶ୍ୱର ସର୍ବ ବୃହତ ସଂକ୍ରାମକ ରୋଗ ଟେଷ୍ଟିଂ ଲ୍ୟାବ ବିସ୍ତାର ନିମନ୍ତେ ଆଇଆଇଟି ଆଲୁମ୍‌ନି କାଉନସିଲକୁ ସହଯୋଗର ହାତ ବଢାଇଛି ମୁମ୍ବାଇ ବିଶ୍ୱବିଦ୍ୟାଳୟ ।

ଅଧିକ ପଢନ୍ତୁ: ‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ !

ମାସକୁ ପ୍ରାୟ ୧ କୋଟି ପରୀକ୍ଷା ର ଲକ୍ଷ୍ୟ ରଖିଥିବା ଏହି ଲ୍ୟାବ, ଆସନ୍ତା ଜୁଲାଇ ରୁ ମାସକୁ ପ୍ରାୟ ୧ ଲକ୍ଷ ପରୀକ୍ଷା ର ସାମର୍ଥ୍ୟ ନେଇ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କ୍ଷମତା ସହ କ୍ରିୟାଶୀଳ ହେବାକୁ ଥିବା ଏହି ପରୀକ୍ଷାଗାର ବିଶ୍ୱର ସର୍ବ ବୃହତ ସମର୍ପିତ ଆଣବିକ ତଥା ଜେନେଟିକ ଟେଷ୍ଟିଂ ସୁବିଧା ଯୋଗାଇଦେବ ବୋଲି ଆଶା ରଖାଯାଇଛି ।

ଅଧିକ ପଢନ୍ତୁ: କରୋନା ଯୋଦ୍ଧାଙ୍କ ପାଇଁ ନବୀନ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ମହାମାରୀ ର ରୂପ ନେଇ ଥିବା କରୋନା ଭଳି ଅନ୍ୟ ସଂକ୍ରାମକ ରୋଗ ପରୀକ୍ଷା ର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂରଚନା କୁ ସକ୍ଷମ କରିବା ଦିଗରେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ର ସହଯୋଗିତା ଆଇଆଇଟି ଆଲୁମ୍‌ନି କାଉନସିଲ ଏକ ସମ୍ମାନର ବିଷୟ ବୋଲି କାଉନସିଲ ପ୍ରେସିଡେଣ୍ଟ ରବି ଶର୍ମା ଏନଡିଟିଭି କୁ ଜଣାଇଛନ୍ତି ।

କୋଡୟ ଇଣ୍ଡିଜେନସ ଟେକ୍ନୋଲୋଜି ଉପରେ ଆଧାରିତ, ତଥା ମାସିକ ସମ୍ପୂର୍ଣ୍ଣ ମୁମ୍ବାଇବାସୀ ଙ୍କ ସଂକ୍ରାମକ ରୋଗ ଟେଷ୍ଟିଂ ର କ୍ଷମତା ରଖୁଥିବା ଏହି ମେଗାଲ୍ୟାବରେ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷଣା ସଂରଚନା, ଅନୁସନ୍ଧାନର ମେରୁଦଣ୍ଡ ସଦୃଶ୍ୟ କାମ କରିବେ ।

ମହାମାରୀ ର ଦୀର୍ଘାବଧି ସମାଧାନ ପାଇଁ କାଉନସିଲ ପକ୍ଷରୁ ଛାତ୍ରଛାତ୍ରୀ, ପ୍ରୋଫେସନାଲ, କର୍ପୋରେଟ, ଶିକ୍ଷାବିତ୍ ମାନଙ୍କୁ ଏକ ଇନୋଭେଟିଭ, ଶସ୍ତା ତଥା ପ୍ରଭାବୀ ବାଟ ଖୋଜିବା ନିମନ୍ତେ ଉତ୍ସାହିତ କରାଯାଉଅଛି ।

ଛାତ୍ରଛାତ୍ରୀ ଙ୍କ ବାୟୋଲୋଜିକାଲ ଓ ମେଡିକାଲ ସାଇନ୍ସ କ୍ଷେତ୍ରରେ ଥିବା ନିପୁଣତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କରୋନା ଲଢେଇର ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା, ବିଶ୍ୱବିଦ୍ୟାଳୟ ର ଆଲୁମ୍‌ନି ଡାକ୍ତରଙ୍କ କୋଭିଡ-୧୯ ଉପଚାରରେ ଥିବା ଅବଦାନ ଯୋଗୁ ମୁମ୍ବାଇ ବିଶ୍ୱବିଦ୍ୟାଳୟ ଗର୍ବିତ ଥିବା ପ୍ରୋ ଭାଇସ୍ ଚାନସେଲର ରବିନ୍ଦ୍ର କୁଲକର୍ନୀ କହିଛନ୍ତି ।

ଇଣ୍ଡିଆ, ଚାଇନା, ଏସିଇଏଏନ ଦେଶ, ମଧ୍ୟ ପୂର୍ବ, ଆଫ୍ରିକା ତଥା ଲାଟିନ ଆମେରିକା ଭଳି ବିକଶିତ ରାଷ୍ଟ୍ର ସମୂହ ଙ୍କ ସମ୍ପୂର୍ଣ୍ଣ ଚାହିଦା କୁ ପୁରଣ କରିପାରୁଥିବା, କାଉନସିଲ ବିକଶିତ ଇଣ୍ଡିଜେନସ୍ କିଟ୍‌, ଉତ୍ପାଦନ ତଥା ଅନୁମୋଦନ ର ବିଭିନ୍ନ ସ୍ତରରେ ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.