Latest Odisha News

BREAKING NEWS

ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକା ଜଳୁଛି

ମିନେସେଟା: ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଏବେ ଆମେରିକା ଜଳୁଛି । ମିନେସେଟାରେ ଏମରଜେନ୍ସି ଲାଗୁ କରାଯାଇଛି । ପୋଲିସ କଠୋର ପଦକ୍ଷେପ ନେଉଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ବର୍ତମାନ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଗିରଫ ହୋଇଥିବା ବେଳେ ୧୯ ବର୍ଷର ଜଣେ ଯୁବକ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛି । ୨୫୦୦ ଅଫିସରଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିୟୋଜିତ କରାଯାଇଛି । ହ୍ୟୁଷ୍ଟନ, ଡେଟ୍ରାୟଟ ପରି ୨୦ ସହରରେ ବିକ୍ଷୋଭ ଜାରି ରହିଛି । ଇତି ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲାଏଡଙ୍କ ପରିବାରକୁ ଭେଟିଛନ୍ତି । ଯେଉଁ ଅଫିସର ଜଣଙ୍କ ଏହି କାଣ୍ଡ ଘଟାଇଥିଲେ ତାଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ କରାଯାଇଛି ।

କଣ ଥିଲା ଘଟଣା:  ମେ ୨୬ରେ ପୋଲିସ ଠକାମୀ ଅଭିଯୋଗରେ ଫ୍ଲାଏଡଙ୍କୁ ଗିରଫ କରିଥିଲା । ଜଣେ ପୋଲିସ ଅଫିସର ଫ୍ଲାଏଡ ବେକ ଉପରେ ପ୍ରାୟ ୮ ମିନିଟ ଆଣ୍ଠୁ ରଖି କାବୁ କରିଥିଲା । ଫ୍ଲାଏଡ ନିଶ୍ୱାସ ନେଇ ପାରୁ ନ ଥିବା କହିଥିଲେ ମଧ୍ୟ ପୋଲିସ ଅଫିସରଜଣଙ୍କ ଏହାକୁ ଖାତିର କରି ନ ଥିଲେ । କିଛି ସମୟ ପରେ ସେ ନିସ୍ତେଜ ହୋଇ ପଡିଥିଲେ । ପୋଲିସ ଅଫିସର ଜଣକ ଠିଆ ହେବା ପରେ ଗାଡିରେ ବସିବାକୁ ଫ୍ଲାଏଡଙ୍କୁ କହିଥିଲେ । ମାତ୍ର ସେତେବେଳକୁ ସେ ମୃତ୍ୟୁବରଣ କରି ସାରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ସାଇଟରେ ଶେୟାର ହେବା ପରେ ଅଶ୍ୱେତ ମାନେ ଏକତ୍ର ହୋଇ ଫ୍ଲାଏଡ ପରିବାରକୁ ନ୍ୟାୟ ମିଳୁ ବୋଲି ଦାବୀ କରିଥିଲେ ।

Leave A Reply

Your email address will not be published.