Latest Odisha News

BREAKING NEWS

‘ୱାନ୍ ବାର୍,ୱାନ୍ ଭୋଟ୍’ ଭିତ୍ତିରେ ଓଡିଶାର ସମସ୍ତ ବାର ଆସୋସିଏସନରେ ନିର୍ବାଚନ ଆରମ୍ଭ

କଟକ : ଓଡିଶାରେ ସମସ୍ତ ୧୫୭ଟି ଓକିଲ ସଂଘର ନିର୍ବାଚନ ଶନିବାର ଦିନ ‘ୱାନ୍ ବାର୍ ୱାନ୍ ଭୋଟ୍’ ଆଧାରରେ ନିର୍ବାଚନ ଆରମ୍ଭ ହେଉଛି ।

ରାଜ୍ୟର ଥିବା ସମସ୍ତ ବାର ଆସୋସିଏସନ ଗୁଡିକରେ କାର୍ଯ୍ୟନିର୍ବାହୀ କମିଟି ଗଠନ କରିବା ନିମନ୍ତେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡିଶା ହାଇକୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ଏନେଇ ରାଜ୍ୟ ବାର କାଉନସିଲକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ୧୫୭ଟି ବାରରେ ‘ୱାନ୍ ବାର,ୱାନ୍ ଭୋଟ୍’ ଭିତ୍ତିରେ ନିର୍ବାଚନ ହେବ ଏବଂ ଏହା ମାର୍ଚ୍ଚ ଶେଷ ସୁଦ୍ଧା ଚୂଡାନ୍ତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶର ବିଭିନ୍ନ ବିଚାରାଳୟରେ ଆଇନଜିବୀ ମାନଙ୍କର ପ୍ରକୃତ ସଂଖ୍ୟା ସମ୍ପର୍କରେ ଅବଗତ ହେବାକୁ ୨୦୧୫ ମସିହାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ୱାନ୍ ବାର୍,ୱାନ୍ ଭୋଟ୍’ ଆବଶ୍ୟକତାକୁ ଗୁରୁତ୍ୱପୂର୍ଣ୍ଣ ମନେ କରିଥିଲେ ଏବଂ ଏହିଭଳି ଢାଞ୍ଚାରେ ନିର୍ବାଚନ କରିବାକୁ ସମସ୍ତ ବାର କାଉନସିଲ୍ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ବାର କାଉନସିଲ୍ ଫେବୃଆରୀ ୨୪ ତାରିଖରେ ଏସମ୍ପର୍କୀତ ଏକ ପ୍ରସ୍ତାବ ସର୍ମସମ୍ମତ ଭାବେ ଗୃହୀତ କରାଇଥିଲେ ।

Leave A Reply

Your email address will not be published.