Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୪ ଆହତ

ଦେବଗଡ/କଟକ : ଦେବଗଡ ଓ କଟକ ଜିଲ୍ଲାରେ ଶନିବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ତାଙ୍କୁ ଏକ ଗାଡି ଧକ୍କାଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପରେ ଏହାକୁ ନେଇ ସ୍ଥାନୀୟ ଲୋକମନେ ଦେବଗଡ ଛତାବରା ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ଦେଖାଦେଇଛି ।

ମୃତକଙ୍କ ନାମ ସୁଗ୍ରିବ ସାହୁ (୫୩) ବୋଲି ଜଣାପଡିଛି । ସେ ଜାମୁବଣିଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ଜାରି ରଖିଛି ।

ସେହିପରି କଟକ ସାଲେପୁର ଅନ୍ତର୍ଗତ ନଳିଆମୁହାଣ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହେବା ଫଳରେ ପ୍ରାୟ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ଆହତମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.