Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ଓଏଏସ୍ ଅଧିକାରୀଙ୍କ ମୃତ୍ୟୁ

ନୟାଗଡ : ନୟାଗଡ ଜିଲ୍ଲା ସୋରଡା ନିକଟରେ ଶନିବାର ଦିନ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ତଥା ନୂଆପଡା କୋମନା ବ୍ଲକର ତହସିଲଦାରଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି ।

ମୃତ ତହସିଲଦାର ସୁରେଶ କୁମାର ନନ୍ଦ ଏବଂ ସେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଞ୍ଚଳର ମୂଳ ବାସିନ୍ଦା ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ସୁରେଶ ଗତକାଲି ସନ୍ଧ୍ୟାରେ କୋମନାରୁ ବାହାରି ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରୁଥିବାବେଳେ ଆଜି ଭୋର୍ ପ୍ରାୟ ୫ଟା ୩୦ମିନିଟରେ ତାଙ୍କର ଦୁର୍ଘର୍ଟଣା ଘଟିଥିଲା । ନୟାଗଡର ନୂଆଗାଁ ଓ ସୋରଡା ମଝିରେ ଏହି ଦୁର୍ଘଟଣା ଘଟିଥିବା ନେଇ ଜଣାପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସୁରେଶଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଡ୍ରାଇଭର ସନତ କୁମାର ପଟେଲ ଗୁରୁତର ଆହତ ହୋଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ନେଇ ସୂଚନା ମିଳିଛି ।

ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.