Latest Odisha News

BREAKING NEWS

୯୦ ଦିନ ମଧ୍ୟରେ ପାକିସ୍ତାନରେ ହେବ ନିର୍ବାଚନ

ଇସଲାମବାଦ: ପାକିସ୍ତାନରେ ଆଗାମୀ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କୂଟନୀତିରେ ବିରୋଧୀମାନେ ମାତ ଖାଇଛନ୍ତି । ସମ୍ବିଧାନର ଧାରା ୫୮ ଅନ୍ତର୍ଗତ ନିର୍ବାଚନ ପୁନର୍ବାର କରାଇବା ପାଇଁ ଇମ୍ରାନ ପ୍ରସ୍ତାବ ଦେଇଥିଲେ । ପୂର୍ବରୁ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥ ପ୍ରସ୍ତାବକୁ ମଧ୍ୟ ବିଧାନସଭାରେ ଖାରଜ କରି ଦିଆ ଯାଇଥିଲା ।

ବିରୋଧୀ ୯୫ ଧାରାରେ ଇମ୍ରାନଙ୍କୁ ଘେରିଥିବା ବେଳେ ସେ ୫୮ର ପ୍ରୟୋଗ କରି ତାଙ୍କୁ ପରାସ୍ତ କରିଛନ୍ତି । ଉପ ବାଚସ୍ପତି କାସିମ ଖାଁ ପରବର୍ତୀ ବୈଠକ ଏପ୍ରିଲ ୨୫ରେ ହେବ ବୋଲି ଘୋଷଣା କରିଛନ୍ତି । ବିଦେଶୀ ଷଡଯନ୍ତ୍ର କଥା ସମ୍ମୁଖକୁ ଆଣି ଇମ୍ରାନ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଏହା ପରୋକ୍ଷରେ ତାଙ୍କୁ ଫାଇଦାରେ ରଖିଥିଲା ।

Leave A Reply

Your email address will not be published.