Latest Odisha News

BREAKING NEWS

ଯୌତୁକ ଜୁଇରେ ବଳି ପଡିଲା ବଧୂ , ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା

ସାଲେପୁର  : ଯୌତୁକ ନେଇଗଲା ଜୀବନ । ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶିକରି ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ପକ୍ଷ । ସାଲେପୁର ନଇଗୁଆ ଗ୍ରାମରେ ଏପରି ଅଘଟଣ ଘଟିଛି । ଏହି ଘଟଣା ଘଟିବା ପରେ ସାଲେପୁର ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସାଲେପୁର ନଇଗୁଆ ଗାଁର ପାଣୁ ମହାରଣା ପୁଅ ବିଜୟ ମହାରଣୀଙ୍କ ସହ ରୀନା ଓଝାଙ୍କ ୬ ବର୍ଷ ତଳେ ବୈଦିକ ରୀତି ନୀତି ଅନୁସାରେ ବିବାହ ହୋଇଥିଲା । ବିବାହ ସମୟରେ ବର ପକ୍ଷର ଯାହା ଡିମାଣ୍ଡ ଥିଲା ତାହା ଦିଆଯାଇଥିଲା ।

ହେଲେ ବିବାହ ପରେ ଶାଶୁ ଘର ଲୋକ ୫୦ ହଜାର ଟଙ୍କା ଯୌତୁକ ଦାବି କରିଆସୁଥିଲେ ।ଏହା ସହ ରୀନାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ହେଲେ ଏବେ ଶାଶୁ ଘର ଲୋକ ରୀନାଙ୍କୁ ମାଡ ମାଡ ମାରି ହତ୍ୟା କରିବା ପରେ ସାଲେପୁର ମେଡିକାଲକୁ ଆଣିଥିଲେ ।

ପରେ ରୀନାଙ୍କ ବାପଘରକୁ ଏନେଇ ଖବର ଦିଆଯାଇଥିଲା । ହେଲେ ଝିଅକୁ ମାରିଦେଇଥିବା ଶାଶୁ ଘର ଲୋକଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ରୀନାଙ୍କ ବାପା । ପୋଲିସ ଝିଅର ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କୁ ପଚରା ଉଚରା ଜାରି ରଖିଛି ।

Leave A Reply

Your email address will not be published.