Latest Odisha News

BREAKING NEWS

କାଲିଠୁ ଆନ୍ଧ୍ରରେ ଦ୍ୱିଗୁଣିତ ହୋଇଯିବ ଜିଲ୍ଲା ସଂଖ୍ୟା; ବଦଳିଯିବ ମାନଚିତ୍ର

ଆନ୍ଧ୍ରବାସୀଙ୍କ ପାଇଁ ଐତିହାସିକ ଦିନ, ୮ରେ ଲଞ୍ଚ୍ ହେବ ବସତି ଦିୱେନା

ହାଇଦ୍ରାବାଦ: ଆସନ୍ତା କାଲିଠୁ ଦ୍ୱିଗୁଣିତ ହୋଇଯିବ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା । ଶୁକ୍ରବାର ଠାରୁ ଆନ୍ଧ୍ରରେ ୨୬ଟି ଜିଲ୍ଲା ହୋଇଯିବ । ବର୍ତ୍ତମାନ ଆନ୍ଧପ୍ରଦେଶରେ ୧୩ଟି ଜିଲ୍ଳା ରହିଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଉ ନୂଆ ୧୩ଟି ଜିଲ୍ଲାର ଉଦଘାଟନ କରିବେ । ଜିଲ୍ଳା ସଂଖ୍ୟା ଦ୍ୱିଗୁଣିତ ହେବା ସହ ରାଜ୍ୟର ମାନଚିତ୍ର ମଧ୍ୟ ବଦଳିଯିବ । ସଂପୂର୍ଣ ମାନଚିତ୍ରର ରୂପ ବଦଳିବନି, କେବଳ ଜିଲ୍ଲା ମାନଚିତ୍ର ବଦଳିଯିବ ।

ନୂତନ ଜିଲ୍ଲା ପ୍ରତିଷ୍ଠା ପରେ ସୋମବାର ଠାରୁ ବିଭିନ୍ନ ପଦ ଗୁଡ଼ିକରେ ଅଧିକାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଜିଲ୍ଳା ଗଠନ ସକାଶେ ଗାଁ ଓ ୱାର୍ଡ ସେକ୍ରେଟେରିଏଟରେ କାର୍ଯ୍ୟ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଏପ୍ରିଲ ୬ରେ ଜଗନ ସମ୍ମାନିତ କରିବେ ।

ଏହା ବ୍ୟତୀତ ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ବସତି ଦିୱେନା । ଏହି ଯୋଜନାରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ମିଳିବ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ।

ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବାକୁ ସୋମବାର ଜଗନ ଜିଲ୍ଲା ପୋର୍ଟାଲ ଓ ପୁସ୍ତିକା ପ୍ରକାଶ କରିବେ । ବିଜୟୱାଡ଼ା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟାର ସମୀକ୍ଷା କରିଥିଲେ । ଜଗନ ତାଙ୍କ ଅଧୀନରେ ଚାରିଟି ସବ୍-କମିଟି ଗଠନ କରିଛନ୍ତି । ଏହି କମିଟି ନୂଆ ଜିଲ୍ଲା ଗୁଡ଼ିକର ପ୍ରଶାସନିକ କଳର ସ୍ୱଚ୍ଛନ୍ଦ ପରିଚାଳନା ତଦାରଖ କରିବେ ।

Leave A Reply

Your email address will not be published.