Latest Odisha News

ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରୋନିକ୍ ବସ୍ !

ଭୁବନେଶ୍ୱର: କ୍ରୁଟ୍ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଟ୍ରାଲର ଭାବେ ଗଡିଛି ଇଲେକ୍ଟ୍ରିକ୍ ବସ ।

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ଟି ଇଲେକ୍ଟ୍ରୋନିକ୍ ବସ୍ ଚଳାଚଳ ପାଇଁ ଘୋଷଣା କରିଥିଲେ । ଏହି ବସ୍ ଚଳାଚଳ ଫଳରେ ସହରରେ ବାୟୁ ଓ ଧ୍ୱନି ପ୍ରଦୂଷଣ ମାତ୍ରା କମ୍ ହେବ । ସେହି ଅନୁଯାୟୀ ଏବେ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଯେଉଁ ସଂସ୍ଥା ସବୁ ଏହି ବିଡିଂରେ ଭାଗ ନେଇଛନ୍ତି ସେମାନଙ୍କ ମଧ୍ୟରୁ ଚୀନର ବିୱାଇଡିର ସହଯୋଗରେ ‘ଓଲେକ୍ଟ୍ରାର’ ନାମକ ଏକ ଭାରତୀୟ ଫାର୍ମ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଖୋର୍ଦ୍ଧା ଯାଏଁ ଟ୍ରାଏଲ୍ ବେସିସରେ ଗଡିଥିଲା । ଆଗାମୀ ୧୦ ଦିନ ଯାଏଁ ପରୀକ୍ଷଣ ଜାରି ରହିବ । ଏହି ପ୍ରକିୟାକୁ ସମ୍ପୂର୍ଣ୍ଣ କରିବା ଲାଗି ପାଖାପାଖି ୬ ମାସ ଲାଗିବ ବୋଲି ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ସେସୁ ପକ୍ଷରୁ ଜନତା ମଇଦାନ ନିକଟରେ ଏକ ଅସ୍ଥାୟୀ ଚାର୍ଜିଂ ପଏଣ୍ଟ ସ୍ଥାପିତ କରାଯାଇଛି ।

Leave A Reply

Your email address will not be published.