Latest Odisha News

BREAKING NEWS

ପିଆଜ @ ୧୦୦

ଭୁବନେଶ୍ୱର: ରାତି ପାହିଲେ ବଢ଼ିଚାଲିଛି ପିଆଜ ଦର। ଗତ ସପ୍ତାହରେ ୬୦ ଭିତରେ ଥିବା ଏବେ ୯୦ ଛୁଇଁଥିବା ବେଳେ ଆଜି କଟକରେ ପିଆଜ ଦର ୧୦୦ ଛୁଇଁଛି ।

ପ୍ରତିଦିନ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ କଲବଲ କରିଦେଲାଣି। ଚାରି ମାସ ତଳେ କିଲୋ ପିଛା ୨୦ ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ କିଲୋକୁ ୯୦ରୁ ୧୦୦ ଟଙ୍କାରେ ବିକ୍ରୟ କରାଯାଉଛି । ୨ଦିନ ତଳେ ପିଆଜ ବଜାରରେ ୮୦ ରୁ ୯୦ ଟଙ୍କା ରହିଥିବା ବେଳେ ଏବେ କିଲୋ ପିଛା ୧୦ଟଙ୍କା ବୃଦ୍ଧି ପାଇ ଦର ୧୦୦ଟଙ୍କାରେ ପହଁଚିଛି । କଟକର ଛତ୍ରବଜାର ସମେତ ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ ପିଆଜ ୧୦୦ ଟଙ୍କାରେ ବିକ୍ରି ହେଉଛି ।

ଦରବୃଦ୍ଧି କାରଣରୁ ଖାଉଟିଙ୍କ ଚାହିଦା ହ୍ରାସ ପାଇବାରେ ଲାଗିଥିବାରୁ ବିକ୍ରି ସେହି ଅନୁପାତରେ କମିଛି। ଏଥି ସହିତ ନୂଆ ପିଆଜ ଅଧିକ ଦିନ ରହିଲେ ନଷ୍ଟ ହେଉଥିବାରୁ ବେପାରୀମାନେ ବିପୁଳ କ୍ଷତି ସହୁଥିବା କହୁଛନ୍ତି। ସେଥିପାଇଁ ସେମାନେ ଅଧିକ ପିଆଜ ଆମଦାନି କରିବାକୁ ସାହସ କରୁ ନାହାନ୍ତି। ଦିନକୁ ଦିନ ପିଆଜ ଆମଦାନି କମିବାରେ ଲାଗିଛି। ତେଣୁ ଦର ଖସିବାର କୌଣସି ସମ୍ଭାବନା ବି ଦେଖାଯାଉନି। ଆମଦାନି ହ୍ରାସ ପାଇଲେ ଆପେ ଆପେ ଆଉ ଦିନକ ପରେ ପିଆଜ ଦର ୧୦୦ ଟଙ୍କା ଛୁଇଁପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ଏହି ପରିସ୍ଥିତିରେ ସରକାର କେବଳ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକି ଦାୟିତ୍ବ ସାରିଦେଇଛନ୍ତି।

ତେବେ ପିଆଜିର ଏନ୍ତୁଡ଼ି ଶାଳ କୁହାଯାଉଥିବା ମହାରାଷ୍ଟ୍ରର ନାସିକରେ କୁଇଣ୍ଟାଲ ପିଛା ୭୦୦୦ରୁ ୭୫୦୦ ଟଙ୍କାରେ ବିକ୍ରି ହେଉଛି । ଚଳିତ ବର୍ଷ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗଁ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି । ସେହିପରି ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ପିଆଜ ଉତ୍ପାଦନ ବଢିଲେ ଓଡ଼ିଶାରେ ପିଆଜ ଦର କମିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.