Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକର ଟାଟା ପାୱାର ବିଦ୍ୟୁତ ବିଭାଗ ଯନ୍ତ୍ରୀ ଜଗନ୍ନାଥ ବେହେରା । ସେ ଆଜି ଅପରାହ୍ନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟମ୍ ।

ସୂଚନା ଅନୁସାରେ, ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାର ଅସିତ ସାହୁ ନାମକ ଜଣେ ଯୁବକଙ୍କୁ ବିଲପାସ ନକରି ହଇରାଣ କରି ଆସୁଥିଲେ। ଦଶ ହଜାର ଟଙ୍କା ନଦେଲେ ବିଲ ପାସ ହେବ ନାହିଁ ବୋଲି ଯନ୍ତ୍ରୀ ଜଣକ ମନାକରିଥିଲେ । ଶ୍ରୀ ସାହୁ ଉପାୟ ନ ପାଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଆଜି ଅପରାହ୍ନ ସମୟରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଜଗନ୍ନାଥ ବେହେରା ବାରିପଦା ଯାଉଥିବା ବେଳେ ନୂଆବସାଣ ଠାରେ ଠିକାଦାର ଅସିତ ସାହୁ ଯନ୍ତ୍ରୀଙ୍କୁ ଅଟକାଇ ୧୦ ହଜାର ଟଙ୍କା ଦେଇଥିଲେ । ଘଟଣା ସ୍ଥଳରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ସେଠାରେ ଚଢାଉ କରିଥିଲା ।

Comments are closed, but trackbacks and pingbacks are open.