Latest Odisha News

BREAKING NEWS

ଚର୍ମରୋଗ ଉପଚାର ବିଜ୍ଞାପନ, ହସ୍ପିଟାଲରେ ଲାଗିଥିଲା ହଲିଉଡ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ

ଭୁବନେଶ୍ୱର: ରୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହସ୍ପିଟାଲ୍ ବ୍ୟବହାର କରିଥିଲା ଜଣେ ହଲିଉଡ ଅଭିନେତାଙ୍କ ଫଟୋ । ଫଟୋ ଭାଇରାଲ୍ ହେବା ପରେ ସଂପୃକ୍ତ ହସ୍ପିଟାଲ ସୋସିଆଲ୍ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି ।

କେରଳରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । The Vadakara Co-operative Hospital ରେ ଚର୍ମ ରୋଗର ଉପଚାର ପାଇଁ ଏକ ବିଜ୍ଞାପନ ହୋର୍ଡିଂ ଲଗାଯାଇଥିଲା । ହୋର୍ଡିଂରେ ଥିଲା ହଲିଉଡ ଆକ୍ଟର ତଥା ଓସ୍କାର ବିଜେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ । ଏହି ହୋର୍ଡିଂର ଫଟୋ ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା ।

ଏପରିକି ଜଣେ ସୋସିଆଲ୍ ମିଡିଆ ୟୁଜର୍ ଅଭିନେତା ମୋର୍ଗାନଙ୍କୁ ଟ୍ୟାଗ୍ କରି ଭାଇରାଲ୍ ହୋର୍ଡିଂର ଫଟୋକୁ ପୋଷ୍ଟ କରିବାକୁ ପଛାଇନଥିଲେ । ମୋର୍ଗାନଙ୍କ ଫଟୋକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଫେସବୁକ୍ ଜରିଆରେ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.