Latest Odisha News

BREAKING NEWS

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର: ଆଜି ରାଜ୍ୟରେ ୭୭୬୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୫୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯ ହଜାର ୩୧୩ରେ ପହଞ୍ଚିଛି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୭୭୮, କଟକରୁ ୫୯୯, ନୂଆପଡ଼ାରୁ ୨୭୪, ଯାଜପୁର, କେନ୍ଦୁଝରରୁ ୨୫୨, ବାଲେଶ୍ୱରରୁ ୨୩୩, ନୟାଗଡ଼ରୁ ୨୧୭, ବୌଦ୍ଧରୁ ୧୯୬, ବଲାଙ୍ଗୀରରୁ ୧୮୪ ଓ କଳାହାଣ୍ଡିରୁ ୧୭୨ ଜଣ, ଜଗତସିଂହପୁରରୁ ୧୬୮, ମୟୂରଭଂଜରୁ ୧୬୬, ସମ୍ବଲପୁରରୁ ୧୬୦, କୋରାପୁଟରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୪, ବରଗଡ଼ରୁ ୧୪୧, କନ୍ଧମାଳରୁ ୧୨୯, ନବରଂଗପୁର, ପୁରୀରୁ ୧୧୫ ଲେଖାଏଁ, ଢେଙ୍କାନାଳରୁ ୧୧୪, ଭଦ୍ରକରୁ ୧୧୦, ଅନୁଗୁଳରୁ ୧୦୮, ରାୟଗଡ଼ାରୁ ୧୦୩, ଗଜପତିରୁ ୯୨, ଦେବଗଡ଼, ଝାରସୁଗୁଡ଼ାରୁ ୬୦ ଲେଖାଏଁ, ମାଲକାନଗିରି, ସୁବର୍ଣ୍ଣପୁରରୁ ୫୫, ଗଂଜାମରୁ ୪୫ ଓ ଷ୍ଟେଟପୁଲରୁ ୩୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ଆଜି ୩୦୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Comments are closed, but trackbacks and pingbacks are open.