Latest Odisha News

BREAKING NEWS

ଫାଇଭ୍-ଟି ଦୁର୍ନୀତି, ବାକି ପଡିଛି ବିଜୁଳି ବିଲ୍

ଭୁବନେଶ୍ବର: ଫାଇଭ ଟି ନାଁରେ କିଛି ବିଭାଗ ନଥିଲା । ଫାଇଭ ଟି ଯୋଜନା ନାଁରେ ମନଇଚ୍ଛା କାମ ଚାଲିଥିଲା । ଫାଇଭ ଟି ସ୍କୁଲରେ ଏବେ ବି ବିଜୁଳି ବିଲ୍ ବକେୟା ରହିଛି । ଯାହାର ପରିଣାମ ପିଲା ଭୋଗୁଛନ୍ତି । ଆଜି ଗୃହରେ ସୁଜାତା ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ ।

ଏନେଇ ମନ୍ତ୍ରୀ କହିଛନ୍ତି, ଫାଇଭ ଟି ସ୍କୁଲ ବିଜୁଳି ବିଲ୍ ପେମେଣ୍ଟ ହୋଇନି । ଯାହାର ପରିଣାମ ଭୋଗୁଛନ୍ତି ଫାଇଭ ଟି ଅନ୍ତର୍ଭୁକ୍ତ ସ୍କୁଲ ଗୁଡିକ୍ । ଏଥିପାଇଁ ପଞ୍ଚାୟତକୁ ବକେୟା ବିଲ୍ ପୈଠ କରିବାକୁ ୧୦୫ କୋଟି ଟଙ୍କା ଦିଆଯାଇଛି । ପୂର୍ବ ସରକାର ଫାଇଭ ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ବର୍ତ୍ତମାନ ପିଲାଏ ଏହାର ପରିଣାମ ଭୋଗୁଛନ୍ତି । ତାଙ୍କୁ ବିଲଜ ପୈଠ କରିବାକୁ ପଡୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.