Latest Odisha News

BREAKING NEWS

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି କରିଥିବା ବେଳେ ଓଏଚ୍‌ପିସି ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଛି । ଯାହାକୁ ଦୃଢ଼ ବିରୋଧ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ । 

ଓଏଚ୍‌ପିସି କହିଛି ଚଳିତବର୍ଷ ସେ ୫ ହଜାର ୬୧୯ ମିଲିଅନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ । ଏଥିଲାଗି ୫୩୫ କୋଟି ୮୪ ଲକ୍ଷ ଟଙ୍କା ଆବଶ୍ୟକ । ଏହାକୁ ଟାରିଫ୍ ଆକାରରେ ଆଦାୟ କରିବା ପାଇଁ ଓଏଚ୍‌ପିସି ଯୁକ୍ତି କରିଛି । ୟୁନିଟ୍ ପିଛା ପାଖାପାଖି ୪ ପଇସା ବୃଦ୍ଧି ପାଇଁ ଦାବି କରିଛି ଓଏଚ୍‌ପିସି । ସେପଟେ ଓପିଜିସି ପାଖାପାଖି ୨ ଟଙ୍କା ୬୭ ପଇସା ବୃଦ୍ଧି ପାଇଁ ଦାବି କରିଛି ।

ସେପଟେ ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ । ନିଜ ଅପାରଗତାକୁ ଲୁଚାଇ ଲୋକଙ୍କ ଉପରେ ବୋଝ ଲଦିବା ପାଇଁ ଉତ୍ପାଦନ କମ୍ପାନୀ ଉଦ୍ୟମ କରୁଛନ୍ତି । ଟାରିଫ୍ ବୃଦ୍ଧି ହେଲେ ଦୃଢ଼ ଭାବରେ ବିରୋଧ କରାଯିବ ବୋଲି ମହାସଂଘ କହିଛି ।

ବିଦ୍ୟୁତ୍ ଦର ନେଇ ଆଜିଠାରୁ ଆରମ୍ଭ ହୋଇଥିବା ଶୁଣାଣି ୧୯ ତାରିଖ ଯାଏ ଚାଲିବ । ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ । ଏପ୍ରିଲ୍ ମାସରେ ନୂଆ ବିଦ୍ୟୁତ୍ ଦର ଲାଗୁ ହୋଇପାରେ । 

Leave A Reply

Your email address will not be published.