Latest Odisha News

BREAKING NEWS

ଆଇଟା ୧୬ ବର୍ଷରୁ କମ୍‌ରେ କମାଲ କଲେ ଓଡିଆ ପୁଅ ଦେବାଶୀଷ

ଭୁବନେଶ୍ୱର: ଅଲ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ୧୬ ବର୍ଷରୁ କମ୍ ବିଭାଗରେ କମାଲ କରିଛନ୍ତି ଓଡିଆ ପୁଅ ଦେବାଶୀଷ ସାହୁ । ବାଳକ ଡବଲ୍ସ ବିଭାଗରେ ଦେବାଶୀଷ ଓ କର୍ଣ୍ଣାଟକ କ୍ରିଶ ଅଜୟ ତ୍ୟାଗୀ ଯୋଡି ଟାଇଟଲ ହାସଲ କରିଥିଲେ । ଅଜୟଙ୍କ ଏହା ପ୍ରଥମ ଆଇଟା ଟାଇଟଲ ।

ଦେବାଶୀଷ-କ୍ରିଶ ଫାଇନାଲରେ ଟପ ସିଡ ମଧ୍ୟପ୍ରଦେଶର ଦକ୍ଷ ପ୍ରସାଦ ଓ ଆୟୂଷ୍ମାନ ଆର୍ଜେରିଆଙ୍କୁ ୬-୪, ୪-୬ ଓ ୧୦-୫ ସେଟରେ ପରାସ୍ତ କରିଥିଲେ । ସେହିପରି ସେମିଫାଇନାଲରେ ସେମାନେ ହରିୟାଣାର ଭିତିନ ରାଥି ଓ ବଂଶ ନନ୍ଦଲଙ୍କୁ ୬-୨, ୭-୫ ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.