Latest Odisha News

BREAKING NEWS

ସଫେଇ କର୍ମଚାରୀଙ୍କ ପାଇଁ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଛି ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ। ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଏହାକୁ ଶୁଭାରମ୍ଭ ହୋଇଥିବା ବେଳେ ଏହା ୧୦ ଦିନ ଧରି ଚାଲିବ।

ନ୍ୟାସନାଲ୍ ସଫେଇ କର୍ମଚାରୀ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଇନୋଡଷ୍ଟ ନାମକ ସଂସ୍ଥା ପକ୍ଷରୁ ସଫେଇ କର୍ମଚାରୀ ମାନଙ୍କୁ ଟ୍ରେନିଂ ଦିଆଯାଉଛି। ନିଜର ଦକ୍ଷତା ବୃଦ୍ଧି ସହ କର୍ମକ୍ଷେତ୍ରରେ କିଭଳି ନିଜକୁ ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ଟ୍ରେନିଂ ଦିଆଯାଇଛି।

ଏହି ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ଶେଷ କରିବା ପରେ ସଫେଇ କର୍ମଚାରୀଙ୍କ ଦୈନଦିନ କର୍ମକ୍ଷେତ୍ରରେ ଏହା ଉପଯୋଗୀ ହୋଇପାରିବ ବୋଲି କୁହାଯାଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଟ୍ରେନିଂ ପ୍ରୋଗ୍ରାମରେ ଶତାଧିକ ପୁରୁଷ ଓ ମହିଳା ସଫେଇ କର୍ମଚାରୀ ଯୋଗ ଦେଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ବାବଦ ୨୫ ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ପୌରପରିଷଦ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.