Latest Odisha News

BREAKING NEWS

କେନ୍ଦୁଝର: ଖାଲରୁ ଉଦ୍ଧାର କଲା ବେଳେ ହାତୀ କଲା ଆକ୍ରମଣ, ଫରେଷ୍ଟର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମ ନିକଟରେ ଖାଲରେ ପଡ଼ିଥିବା ଏକ ହାତୀକୁ ଉଦ୍ଧାର କଲାବେଳେ ଜଣେ ଫରେଷ୍ଟର ଗୁରୁତର ଭାବେ ଆହତ ହୋଇଛନ୍ତି ।

ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୀଡ଼ିତଙ୍କୁ ଚିକିତ୍ସା କରିବା ଲାଗି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ପ୍ରାୟ ୧୬ଟି ହାତୀ ଗାଁ ନିକଟସ୍ଥ ବିଲ ମଧ୍ୟକୁ ପ୍ରବେଶ କରିଥିଲେ । ସେଥିମଧ୍ୟରୁ ୨ଟି ହାତୀ ବର୍ଷା ଜଳରେ ପୂର୍ଣ୍ଣଥିବା ଏକ ଖାଲ ମଧ୍ୟରେ ପଡ଼ିଯାଇଥିଲେ ।

ଏହାଦେଖି, କିଛି ଗ୍ରାମବାସୀ ବନବିଭାଗର କିଛି କର୍ମଚାରୀଙ୍କୁ ଖବର ଜଣାଇଥିଲେ ।

ବନବିଭାଗ ପକ୍ଷ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ ଆସି ଦୀର୍ଘ ୩ଘଣ୍ଟା ଉଦ୍ୟମ କରି ହାତୀ ଦୁଇଟିଙ୍କୁ ଖାଲ ମଧ୍ୟରୁ ଉଦ୍ଧାର କରିଥିଲେ ।

ତେବେ ଖାଲରୁ ଉଦ୍ଧାର ପାଇବା ମାତ୍ରେ ଗୋଟିଏ ହାତୀ ଜଣେ ଉଦ୍ଧାରକାରୀଙ୍କୁ ଆକ୍ରମଣ କରି ଗୋଡ଼ରେ ଦଳି ଦେଇଥିଲା । ପରେ ହାତୀଟି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା ।

“ଆହତ ଟିକାୟତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ଛାତିରେ ଗୁରୁତର ଭାବେ ଆଘାତ ଲାଗିଛି ଏବଂ ଏଥିଲାଗି ତାଙ୍କର ଏକ୍ସରେ କରିବାକୁ ଡ଼ାକ୍ତର ପରାମର୍ଶ ଦେଇଥିବାର” ସୂଚନା ଦେଇଛନ୍ତି ଭୁୟାଁ ଜୁଆଙ୍ଗ ପ୍ରୀଢା ରେଞ୍ଜର ରେଞ୍ଜର ମୁକ୍ତିକାନ୍ତ ପରିଡ଼ା ।

Leave A Reply

Your email address will not be published.