Latest Odisha News

BREAKING NEWS

ଲଗାଣ ବର୍ଷାର ପ୍ରଭାବ: ଟ୍ୱିନ୍ ସିଟି ସଡକରେ ଗଭୀର ଗର୍ତ୍ତ ସୃଷ୍ଟି

ଭୁବନେଶ୍ୱର/କଟକ : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକାଂଶରେ କ୍ଷୟକ୍ଷତି ଘଟିଥିବାନେଇ ଜଣାପଡିଥିଲାବେଳେ କିଛିକିଛି ସ୍ଥାନରେ ରାସ୍ତା ମଧ୍ୟ ଦବିଯାଇଥିଲା ।

ସୂଚନା ଅନୁଯାୟୀ ଆଜି କଟକର ବ୍ୟସ୍ତବହୁଳ ବୋଲାଉଥିବା ସିଡିଏ ଅଞ୍ଚଳର ଏକ ରାସ୍ତାର କିଛି ଅଂଶ ଦବିଯାଇଥିବା ନେଇ ଦେଖିବାକୁ ମିଳିଥିଲା । ରାସ୍ତାରେ ଏକ ବିରାଟ ଗର୍ତ୍ତ ଯୋଗୁଁ ଯାତାୟାତ ଏକରକମ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପକ୍ଷରେ ନିମ୍ନମାନର କାମ ଯୋଗୁଁ ଏପରି ହୋଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସୁତ୍ରରୁ ପ୍ରକାଶ ଯେ ସ୍ଥାନୀୟ କର୍ପୋରେଟର “ଗିରିବାଳା ବେହେରା” ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରକ୍ଷିବା ସହ ଯଥାଶିଘ୍ର ଏହାକୁ ପୁନଃନିର୍ମାଣ ପାଇଁ ଲୋକମାନଙ୍କ ସହ ମିଶି ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଏଭଳି ଘଟଣା କେବଳ କଟକରେ ନୁହେଁ ଗତକାଲି ମଧ୍ୟ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଥିଲା । ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଦବିଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.