Latest Odisha News

BREAKING NEWS

ବାଲେଶ୍ୱର: ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ସହରର ୬ ନମ୍ବର ୱାର୍ଡ଼ରେ ଥିବା ନିଜଗଡ଼ ପ୍ରାଥମିକ ସ୍କୁଲର ୪ ଜଣ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ସ୍କୁଲର ପ୍ରଧାନ ଶିକ୍ଷକ ଭାସ୍କର ପଣ୍ଡା ୪ ଜଣ ଛାତ୍ରୀଙ୍କୁ ତାଙ୍କ କୋଠରୀ ସଫା କରିବାକୁ ଡ଼କାଇଥିଲେ । ଏହି ସମୟରେ ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ନିଜ ମୋବାଇଲରେ ଥିବା ଅଶ୍ଳୀଳ ଭିଡ଼ିଓକୁ ପ୍ରଦର୍ଶନ କରିଥିଲେ । ଏନେଇ ପିଲାମାନେ ଘରେ ନିଜର ଅଭିଭାବକମାନଙ୍କୁ ସମସ୍ତ କଥା ଜଣାଇଥିଲେ ।

ଏହି ଖବର ଗାଁ’ର ଚାରିଆଡ଼େ ପ୍ରଚାର ହୋଇଯିବାରୁ ଚିମିନାଭାଟି ଓ ସାନଓଟାର ଗ୍ରାମବାସୀ ସ୍କୁଲ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍କୁଲ ଘେରାଉ କରିଥିଲେ । ସ୍ଥାନୀୟ ବାସିନ୍ଦା ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି ।

ଘଟଣା ସମ୍ପର୍କରେ ଖବରପାଇ ନୀଳଗିରି ଥାନାର ଭାରପ୍ରାପ୍ତ ଅଧିକାରୀ ଲଳିତ ମୋଦି ଘଟଣାସ୍ଥଳକୁ ଯାଇ ପରିସ୍ଥିତି ସମ୍ପର୍କରେ ଛାନଭିନ କରିଛନ୍ତି ।

Leave A Reply

Your email address will not be published.