Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ

ଚିଲିକା : ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଜାମିନ ଆବେଦନ ଖାରଜ ହେବାରୁ ଖୋର୍ଦ୍ଧା ସବଜେଲ୍ ଯାଇଥିଲେ ଚିଲିକା ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏଡିଜେ କୋର୍ଟରେ ହାଜର ହେବା ସହ ଜାମିନ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଜାମିନ ନାମଂଜୁର କରିଦେଇଥିଲେ । ଏହାପରେ ବିଧାୟକଙ୍କୁ ହେପାଜତକୁ ନେଇଥିଲା ପୋଲିସ । ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ଏବଂ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।

ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ ଯାଇଥିଲେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଂଜନ ସେଠୀ । ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ରାସ୍ତା ଉପରେ ହିଁ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ ।

ନିରଞ୍ଜନଙ୍କୁ ବିଧାୟକ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।
Leave A Reply

Your email address will not be published.