Latest Odisha News

BREAKING NEWS

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ୍ତଳା ବନାଞ୍ଚଳ ବନ୍ଦାଣପଶି ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଗାଁରେ ଥିବା ଆଖୁ କିଆରୀକୁ ଆଖୁ ଖାଇବା ପାଇଁ ଗୋଟିଏ ଦନ୍ତା ହାତୀ ଆସିଥିବା ବେଳେ ଆଖୁ ବିଲରେ ମାଲିକ ବିଦ୍ୟୁତ ସଂଯୋଗ କରିଥିଲେ। ଯାହା ଫଳରେ କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେଣୁ ଘଟଣାସ୍ଥଳରେ ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି ।

Leave A Reply

Your email address will not be published.