Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଟିମରେ ସ୍ଥାନ ପାଇବେ କି ଦୀନେଶ

ମୁମ୍ବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ନିରାଶ କରୁଥିଲେ ମଧ୍ୟ ଦୀନେଶ କାର୍ତିକ ପ୍ରଶଂସକଙ୍କ ବିଶ୍ୱାସ ଭାଙ୍ଗି ନାହାନ୍ତି । ରିୟଲ ଥାଲା ଡିକେ ଜବରଦସ୍ତ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ବିଶ୍ୱାସ ଜିଣି ପାରିଛନ୍ତି । କିଛି ଦିନ ତଳେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଦୀନେଶଙ୍କୁ ଶୁଣାଇ ରୋହିତ ଶର୍ମା କହିଥିଲେ, ସାବାଶ ଡିକେ, ୱାର୍ଲ୍ଡ କପ ଖେଲେନା ହେ । କାର୍ତିକ ଏହା ଶୁଣି ହସିଥିଲେ । ସେହି ମ୍ୟାଚରେ ୨୩ ବଲରେ ୫୩ ରନର ଇନିଂସ ଖେଳିଥିଲେ । ହାଇଦ୍ରାବାଦ ବିପକ୍ଷରେ ୩୫ ବଲରେ ୮୩ ରନର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଏହି ଅବସରରେ ସେ ଟି୨୦ କ୍ରିକେଟରେ ୬୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏମଏସ ଧୋନୀଙ୍କ ପରେ ଟି୨୦ କ୍ରିକେଟରେ ଭାରତକୁ ଫିନିଶରର ଆବଶ୍ୟକତା ରହିଛି । କାର୍ତିକ ଏହି ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି ।

ରିଷଭ ପନ୍ତ, ସଞ୍ଜୁ ସାମସନ, କେଏଲ ରାହୁଲ, ଈଶାନ କିଶାନ ଓ ଜିତେଶ ଶର୍ମାଙ୍କ ପରି ୱିକେଟ କିପରଙ୍କ ପାଇଁ ସେ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି । ଷ୍ଟାଡିୟମରେ ରିୟଲ ଥାଲା ପୋଷ୍ଟର ତାଙ୍କ ମନୋବଳ ବଢ଼ାଉଛି । ଆଉ ପଡିଆରେ ପ୍ରବେଶ କରିବା ମାତ୍ରେ ପ୍ରଶଂସକଙ୍କ ଉତ୍ସାହ ସବୁ କିଛି ବାରି ହୋଇଯାଉଛି । ଏବେ କାର୍ତିକ ଟି୨୦ ବିଶ୍ୱକପ ଚୟନ ଦୌଡରେ ନିଜକୁ ସାମିଲ କରିଛନ୍ତି । ଦେଖାଯାଉ ଚୟନ କମିଟି ତାଙ୍କ ପ୍ରତି ବିଶ୍ୱାସ ରଖୁଛନ୍ତି କି ନାହିଁ ।

Leave A Reply

Your email address will not be published.