Latest Odisha News

BREAKING NEWS

ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ଗାଁ ମୁହାଁ ହେଉଛନ୍ତି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଖଳା ବାଡ଼ିରେ ଥିବା ଧାନ ନଷ୍ଟ କରୁଛନ୍ତି । ଏହାଦ୍ୱାରା ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପଟେ ବନ ବିଭାଗ ହାତୀପଲଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛନ୍ତି ।

ବିନିକା ରେଞ୍ଜ ଅଞ୍ଚଳରେ ଧାନ ସହ ପନିପରିବା ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ହାତୀପଲ । ହାତୀପଲକୁ ନେଇ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସଞ୍ଜ ନଇଁଗଲେ ରାସ୍ତାରେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ଲୋକେ । ବାରମ୍ବାର ଚାଷୀ କ୍ଷତି ସହୁଥିବାବେଳେ ବନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.