ଅନୁଗୁଳ: ଗୁରୁବାର ବୋମାଖାଇ ଆହତ ହୋଇଥିବା ଅସୁସ୍ଥ ହାତୀର ମୁତ୍ୟୁ ହୋଇଥିବା ସୂଚନା । ସାତକୋଶିଆରୁ କପିଳାସ ଆଣୁଥିବା ବେଳେ ବାଟରେ ହାତୀର ମୃତ୍ୟୁ ହୋଇଛି । ହାତୀଟି ଖାଦ୍ୟରେ ବୋମା ଚୋବାଇ ଦେବାରୁ ତାର ପାଟିରେ ଗୁରୁତର କ୍ଷତ ହୋଇଥିଲା । ମୃତ ହାତୀଟି ମାଈ ହାତୀ ଓ ତାର ବୟସ ମାତ୍ର ୪ବର୍ଷ ବୋଲି ଜଣାପଡିଛି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ କରାଯିବ ମୃତଦେହ ବ୍ୟବଚ୍ଛେଦ ।
ସୂଚନା ମୁତାବକ, ହାତୀଟି ବୋମା ଖାଇ ଆହତ ହୋଇଥିଲା । ତାର ମୁହଁ ଏବଂ ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ହାତୀଟି ୬ କିମ୍ବା ୭ ଦିନ ତଳୁ ଆହତ ଥିଲା । ହାତୀଟିକୁ କପିଳାସ,ସାତକୋଶିଆ ଆଉ ଅନୁଗୁଳର ପଶୁ ଚିକିତ୍ସକ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ କପିଳାସ ପଠାଯାଉଥିଲା । ହାତୀଟି କିଛିଦିନ ପୂର୍ବରୁ ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରୁ ଅନୁଗୋଳ ବନ୍ତଳା ଅଞ୍ଚଳକୁ ଆସିଥିଲା ।
ତେବେ କେଉଁ ସ୍ଥାନରୁ ବୋମା ଖାଇଲା ତାହା ବନ ବିଭାଗ ପାଖରେ ଖବର ନାହିଁ । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁଗୋଳ ଡିଏଫଓ ।