Latest Odisha News

BREAKING NEWS

ସିଡିଏ ‌ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଦନ୍ତା ହାତୀ, ଭୟଭୀତ ଅଞ୍ଚଳବାସୀ

କଟକ: କଟକ  ସିଡିଏ ୧୩ ନମ୍ୱର ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଏକ ହାତୀ ରେଭନ୍ସା ଦ୍ୱିତୀୟ କ୍ୟାମ୍ପସ ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଛି । କ୍ୟାମ୍ପସ ପରିସରରେ ଘନ ଜଙ୍ଗଳ ରହିଥିବାରୁ ହାତୀ କେଉଁଠି ଅଛି ତାକୁ ଠାବ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବିନ ବିଭାଗ । ବନ ବିଭାଗର ୧୫ରୁ ଅଧିକ କର୍ମଚାରୀଙ୍କ ଟିମ ହାତୀକୁ ଠାବ କରିବା ପାଇଁ ଲାଗିଛନ୍ତି । 

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଗତକାଲି ବିଳମ୍ୱିତ ରାତିରେ ନରାଜ ଅଞ୍ଚଳରେ ରହିଥିବା ଏକ ବସ୍ତି ନିକଟରେ ବଡ ଦନ୍ତାହାତୀ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଆତଙ୍କ ଖେଲିଯାଇଥିଲା । ସକାଳ ସମୟରେ ହାତୀଟି ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ପରିସରରେ ପ୍ରବେଶ କରିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ ।

ଏପର୍ଯ୍ୟନ୍ତ ହାତୀକୁ ବନ ବିଭାଗ କର୍ମଚାରୀ ଠାବ କରିପାରିନଥିବାରୁ ନିକଟସ୍ଥ ସିଡିଏ ୧୩ ନମ୍ୱର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । ହାତୀଟି ବାଙ୍କୀ ଅଞ୍ଚଳରୁ ଆସିଥିବା କହିଛନ୍ତି ବନ ବିଭାଗ । ଖାଦ୍ୟ ଅନ୍ୱେଶଣରେ ହାତୀ ସହର ଭିତକୁ ପ୍ରବେଶ କରିଛି । ସହର ମଧ୍ୟକୁ ହାତୀ ପ୍ରବେଶ କରିଲେ ଘୋଡାଇବା ଲାଗି ବାଣ ଓ ଅନ୍ୟାନ ବ୍ୟବସ୍ଥା ସହ ବନ ବିଭାଗ ପ୍ରସ୍ତୁତ ରହିଥିବା କହିଛନ୍ତି ।

Leave A Reply

Your email address will not be published.