Latest Odisha News

BREAKING NEWS

ଦୋଷୀ ନିର୍ଦ୍ଧାରଣ କରିବାରେ ଲିଙ୍ଗ, ବୟସ, ବୃତି ପ୍ରାସଙ୍ଗିକତାର ଆବଶ୍ୟକତା ନାହିଁ: ଶାହ

ନୂଆଦିଲ୍ଲୀ: ଅପରାଧର ଦୋଷ ନିର୍ଦ୍ଧାରଣ କରିବାରେ ବୟସ, ଲିଙ୍ଗ, ବୃତି କିମ୍ବା ଜାତିର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି । ଟୁଲକିଟ ମାମଲାରେ ଗିରଫ ହୋଇଥିବା କ୍ଲାଇମେଟ ଆକ୍ଟିଭିଷ୍ଟ ଦିଶା ରବିଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିରୋଧୀଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି । ଦିଲ୍ଲୀ ପୋଲିସ ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର । ସେମାନଙ୍କୁ ତାଙ୍କ କାମ କରିବାକୁ ଦିଆଯାଉ ।

ଆଉ ଯେଉଁମାନେ ପୋଲିସ ତଦନ୍ତରେ କୌଣସି ତ୍ରୁଟି ପାଉଛନ୍ତି ସେମାନେ ଅଦାଲତର ଆଶ୍ରୟ ନେଇପାରିବେ । ସାଧରଣ ଜନତାଙ୍କ ମୁଣ୍ଡରେ ବିଷ ମୁଞ୍ଜି ବୁଣିବାରେ ଆବଶ୍ୟକତା ନାହିଁ । ଅମିତ ଶାହ ଏବେ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଫୋକସ କରିଛନ୍ତି । ମମତା ବାନାର୍ଜୀଙ୍କୁ ହଟାଇବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.