Latest Odisha News

BREAKING NEWS

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି ପରେ ଜନତାଙ୍କ ଦୁଃଖକୁ ସରକାରଙ୍କ ପାଖରେ ପହଞ୍ଚାଇବା ଲାଗି ବିହାରର ବିରୋଧୀ ବିଧାୟକ ଆପଣାଇଛନ୍ତି ଭିନ୍ନ ପନ୍ଥା ।

Bihar Congress RJD MLA Protest Against Fuel And Gas Price Hike

ଦେଶର ଅନ୍ୟ ରାଜ୍ୟ ଭଳି ବିହାରରେ ବି ପେଟ୍ରୋଲ-ଡିଜେଲ୍ ଓ ଏଲପିଜି ଦରବୃଦ୍ଧିକୁ ବିରୋଧ କରାଯାଉଛି । ଏହାର ବିରୋଧ କରି ଶୁକ୍ରବାର କଂଗ୍ରେସ ବିଧାୟକ ଶକିଲ ଅହମଦ ଖାନ ହାତରେ ମାଟି ଚୂଲ୍ଲା ଓ କାଠ ଧରି ବିଧାନସଭା ଆସିଥିଲେ । ଶକିଲଙ୍କ ସହ ବିଧାୟିକା ପ୍ରତିମା କୁମାର ଓ ଅଜିତ୍ ଶର୍ମା ମଧ୍ୟ ପ୍ରତିବାଦ ପାଇଁ ସମାନ ପନ୍ଥା ଆପଣାଇଥିଲେ ।

Bihar Congress RJD MLA Protest Against Fuel And Gas Price Hike

ଅନ୍ୟପଟେ ତୈଳଦର ବୃଦ୍ଧିର ପ୍ରତିବାଦ କରି ଆରଜେଡି ବିଧାୟକ ଅସ୍ଖରୁଲ ଇସଲାମ ଶାହିନ୍ ଓ ମୁକେଶ ରୋଷନ ସାଇକେଲ୍ ଚଳାଇ ବିଧାନସଭା ପହଞ୍ଚିଛନ୍ତି । ଅନ୍ୟପଟେ କୃଷି ଆଇନକୁ ବିରୋଧ କରି ସିପିଆଇ-ଏମ୍ଏଲ, ସିପିଏମ୍, ବାମ ଦଳର ବିଧାୟକ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ତୁରନ୍ତ ତୈଳଦର କମାଇବା ସହ ରାଜ୍ୟ ଭାଟ୍ କମାଉ ବୋଲି କଂଗ୍ରେସ ବିଧାୟକ ଦାବି କରିଛନ୍ତି ।

Leave A Reply

Your email address will not be published.