Latest Odisha News

BREAKING NEWS

କେନ୍ଦୁଝର ବିମଳା ଫରେଷ୍ଟ ବିଟ୍ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ମାତିଛନ୍ତି ହାତୀପଲ । ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ଜଙ୍ଗଲି ବାରହାଙ୍କୁ ନେଇ ଲୋକେ ଭୟଭୀତ ଥିବା ବେଳେ, ଏବେ ହାତୀପଲ ଲୋକଙ୍କ ଚିନ୍ତା ବଢ଼ାଇଛି । ଗତକାଲି ଗାଁ ଲୋକେ ଜଙ୍ଗଲି ବାରାହା ପଲଙ୍କ ଦାଉରୁ ପାଚିଲା ଧାନକ୍ଷେତକୁ ରକ୍ଷା କରିବା ପାଇଁ ବାରହାଙ୍କୁ ଘଉଡାଇବାକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ୧୨ ଟିକିଆ ହାତୀପଲ ଜମି ଆଡକୁ ମାଡି ଆସିଥିଲେ । ଯାହାକୁ ଦେଇ ଲୋକେ ଭୟଭୀତ ହୋଇ ଘରକୁ ପଳାଇ ଆସିଥିଲେ ।

ହାତୀପଲ ଧାନ ଜମିରେ ପଶି ଏକର ଏକର ଅମଳ ହେବାକୁ ଥିବା ଧାନଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ହାତୀ ପଲ ଉପଦ୍ରବରେ ନଷ୍ଟ ହୋଇଛି ଫସଲ । ଆଉ କିଛି ଦିନ ପରେ ଚାଷ ଜମିରୁ ଫସଲ ଅମଳ କରିଥାନ୍ତେ ଚାଷୀ । ଏଭଳି ସ୍ଥିତିରେ ହାତୀପଲ ଧାନ ଫସଲ ନଷ୍ଟ କରିଥିବାରୁ ଋଣ କିପରି ସୁଝିବେ, ତାକୁ ନେଇ ଚିନ୍ତା ପଡିଛନ୍ତି ଚାଷୀ । ଅନ୍ୟପଟେ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ ।

Leave A Reply

Your email address will not be published.