Latest Odisha News

BREAKING NEWS

ସରପଞ୍ଚଙ୍କ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଜଗତସିଂହପୁର : ସରପଞ୍ଚଙ୍କ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଶଙ୍ଖେଶ୍ବର ପଞ୍ଚାୟତରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଭାଇ ହରପ୍ରସାଦ ଦାସଙ୍କୁ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ଶଙ୍ଖେଶ୍ବର ହାଟରେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଥିବା ଅଭିଯୋଗ ହୋଇଛି ।

ଆକ୍ରମଣ ଯୋଗୁ ଜୀବନ ବିକଳରେ ଏକ ଦୋକାନ ଭିତରେ ରକ୍ତାକ୍ତ ଅବସ୍ଥାରେ ପଡିଯାଇଥିଲେ ସରପଞ୍ଚଙ୍କ ଭାଇ ହରପ୍ରସାଦ ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ଫେରାର ଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିବାକୁ ପୋଲିସ ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.