Latest Odisha News

BREAKING NEWS

ବାଘ ଛାଲ ପରେ ହାତୀ ଦାନ୍ତ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରେ ବାଘ ଛାଲ ଜବତ ହେବା ପରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ ହୋଇଛି । ଗୁଣୁପୁର ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ ହୋଇଛି ଏହି ହାତୀ ଦାନ୍ତ । ପଦ୍ମପୁର ଥାନା ହସ୍ତୀନାପୁର ଗ୍ରାମରୁ ଏହି ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଜାକୋବ ମାଝୀ (35) ଏବଂ ପଦମାନ କଡରାକା (55) । ଆସନ୍ତାକାଲି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି। ଏ ନେଇ ବନ ବିଭାଗ ଅଧିକାରୀ ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଓପୋ ମୋବାଇଲ ଜବତ ହୋଇଥିବା ବେଳେ ଦୁଇଚି ହାତୀ ଦାନ୍ତର ଦାନ୍ତର ଓଜନ 3 କିଲୋ 70 ଗ୍ରାମ ହୋଇଥିବା ବେଳେ ଏହାର ଲମ୍ବା 70 ସେଣ୍ଟିମିଟର ଏବଂ ଓସାର 23 ସେଣ୍ଟିମିଟର ରହିଛି । ସେହିପରି ଆଉ ଏକ ଦନ୍ତା ହାତୀର ଦାନ୍ତ ଓଜନ 3 କିଲୋ 310 ଗ୍ରାମ ରହିଥିବା ବେଳେ ଲମ୍ବା 80 ସେଣ୍ଟିମିଟର ଏବଂ ଓସାର 23 ସେଣ୍ଟିମିଟର ରହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଏସଟିଏଫ ଗୁଣୁପୁରରୁ ଏକ ବାଘ ଛାଲ ଜବତ କରିଥିଲା। ଏହି ମାମଲାରେ ଜଣେ ଗିରଫ ହୋଇଛି

Leave A Reply

Your email address will not be published.